ଫୁଲକୋବିକୁ ଛୋଟ ଛୋଟ ଖଣ୍ଡରେ କାଟିବା ପରେ ଆଉ ଏକ କାମ କରନ୍ତୁ। ଗୋଟିଏ ବଡ଼ ପାତ୍ରରେ ହାଲୁକା ଉଷୁମ ପାଣି ନିଅନ୍ତୁ। ଧ୍ୟାନ ରଖିବେ, ପାଣି ଅଧିକ ଗରମ ହୋଇନଥିବ। କାରଣ ଅଧିକ ଗରମ ପାଣିରେ କୋବି ନରମ ହୋଇଯାଇପାରେ। ଏବେ ଏହି ପାଣିରେ ଅଳ୍ପ ଲୁଣ ଓ ହଳଦୀ ଗୁଣ୍ଡ ମିଶାନ୍ତୁ। ଏହାପରେ କୋବି ଖଣ୍ଡଗୁଡ଼ିକୁ ପାଣିରେ ପକାଇ କିଛି ସମୟ ବୁଡ଼ାଇ ରଖନ୍ତୁ। ଏହାଦ୍ୱାରା କୋବି ଭିତରେ ଲୁଚି ରହିଥିବା ପୋକ ଓ ମଇଳା ବାହାରିବାରେ ସହାୟତା ମିଳିପାରେ।  ତେବେ ଏତିକିରେ ସରିନାହିଁ ସଫା କରିବା ପ୍ରକ୍ରିୟା। କିଛି ସମୟ ପରେ ପାଣିରୁ କୋବି ଖଣ୍ଡଗୁଡ଼ିକୁ ବାହାର କରି ପୁଣି ଥରେ ସଫା ପାଣିରେ ଭଲ ଭାବେ ଧୋଇ ନିଅନ୍ତୁ। କୋବିର ପ୍ରତ୍ୟେକ ଖଣ୍ଡକୁ ଭଲ ଭାବେ ଯାଞ୍ଚ କରନ୍ତୁ। କେଉଁଠି ପୋକ କିମ୍ବା ମଇଳା ଲାଗିଥିଲେ ତାହାକୁ ବାହାର କରିଦିଅନ୍ତୁ। ଏହାପରେ ପାଣି ନିଗାଡ଼ି ରାନ୍ଧିବା ପାଇଁ ବ୍ୟବହାର କରନ୍ତୁ।  ତେଣୁ ଆଗକୁ ଯେତେବେଳେ ବି ଫୁଲକୋବି ଆଣୁଛନ୍ତି, କେବଳ ପାଣିରେ ଧୋଇ ରାନ୍ଧି ଦିଅନ୍ତୁ ନାହିଁ। ଏହାକୁ ଠିକ୍ ଭାବେ କାଟି, ସଫା କରିବା ପରେ ହିଁ ରୋଷେଇରେ ବ୍ୟବହାର କରନ୍ତୁ। କାରଣ ସୁସ୍ୱାଦୁ ଖାଦ୍ୟ ସହ ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଜରୁରୀ।