Wednesday, October 23, 2024
21.7 C
Odisha

    ଶେଷ ଯାତ୍ରାରେ ଖଲ୍ଲିକୋଟ ରାଣୀ ମା’ ଭି. ସୁଜ୍ଞାନ କୁମାରୀ, ମୁଖାଗ୍ନି ଦେବେ ପୁଅ ପୁରୋହିତ

    ଆଗକୁ ପଢନ୍ତୁ

    ଖଲ୍ଲିକୋଟ ସ୍ଥିତ ବାସଭବନରୁ ଶ୍ମଶାନ ଅଭିମୁଖେ ବାହାରିଛି ଖଲ୍ଲିକୋଟ ରାଣୀଙ୍କ ମରଶରରୀ । ରାଣୀଙ୍କ ଅନ୍ତିମ ଯାତ୍ରା ପରିବାର ଲୋକ, ସଂପର୍କୀୟ, ସମର୍ଥକ, ଶୁଭେଚ୍ଛୁଙ୍କ ସହ ହଜାର ହଜାର ଅଂଚଳବାସୀ ସାମିଲ ହୋଇଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ରାଣୀଙ୍କ ପାର୍ଥିବ ଶରୀରକୁ ସହର ପରିକ୍ରମା କରାଯାଉଛି । ସହର ପରିକ୍ରମା ପରେ ରାଜ ଶ୍ମଶାନରେ ଶେଷକୃତ୍ୟ ହେବ । ଅପରାହ୍ନ ୩ଟାରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।ତାଙ୍କ ପୁଅ ପୁରୋହିତ ମୁଖାଗ୍ନି ଦେବେ । ରାଜବଂଶରେ ପୁଅ ପୁରୋହିତ ମୁଖାଗ୍ନି ଦେବାର ପରମ୍ପରା ରହିଛି । ଆଜି ସକାଳୁ ଖଲ୍ଲିକୋଟ ସ୍ଥିତ ବାସଭବନରେ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଭି.ସୁଜ୍ଞାନ ଦେଓଙ୍କର ଅନ୍ତିମ ଦର୍ଶନ କରିଥିଲେ ସଂପର୍କୀୟ ଓ ସମର୍ଥକ । ବରିଷ୍ଠ ନେତା ବିଜୟ ମହାପାତ୍ର, ପଂଚାନନ କାନୁନଗୋ, ସାଂସଦ ପ୍ରମିଳା ବିଶୋୟୀ,ଚନ୍ଦ୍ର ଶେଖର ସାହୁ ପ୍ରମୁଖ ନେତା ବାସଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅନ୍ତିମ ଦର୍ଶନ ପରେ ଏବେ ଶ୍ମଶାନ ଅଭିମୁଖେ ବାହାରିଛି ରାଣୀଙ୍କ ଶେଷ ଯାତ୍ରା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ