Thursday, October 15, 2026
23.2 C
Odisha

    ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ; ୪ ମୃତ, ୯ ଗୁରୁତର

    ଆଗକୁ ପଢନ୍ତୁ

    ଝାରସୁଗୁଡା: ଦୁର୍ଘଟଣାରେ ଚାଲିଗଲା ୪ଜଣଙ୍କ ଜୀବନ, ୯ ଜଣ ଗୁରୁତର । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଜୁନିୟନ୍‌ ଛକରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳ ପ୍ରାୟ ୧୦ ଟା ୩୦ ମିନିଟରେ ଲଖନପୁର ବେହେରାଗୁଡ଼ା ପଟରୁ ଆସୁଥିବା ଏକ ଯାତ୍ରୀବାହୀ ପିକଅପ୍ ଭ୍ୟାନକୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା ରହିଛନ୍ତି । ଖବର ପାଇ ଲଖନପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    96 %
    1.7kmh
    24 %
    Thu
    23 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ