Wednesday, September 25, 2024
24.1 C
Odisha

    କାହିଁକି ହଟିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ? ସ୍ପଷ୍ଟୀକରଣ ରଖିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

    ଆଗକୁ ପଢନ୍ତୁ

    ବୁଧବାର ରାତିରେ ଆଇଏଏସ ଅଫିସରଙ୍କର ବିଭିନ୍ନ ବିଭାଗକୁ ବଦଳି ହୋଇଛି। ପୂର୍ବ ସରକାରର ନିକଟତମ ଆଇଏଏସ ଅଫିସରଙ୍କ ପକ୍ଷ ଛେଦନ ହୋଇଛି । ଆଉ ଏହାପରେ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ମୁକ୍ତ କରାଯାଇଛି ଆଇଏଏସ ବୀର ବିକ୍ରମ ଯାଦବଙ୍କୁ । ତେଣୁ ଏହା ବଦଳିନା କାର୍ଯ୍ୟାନୁଷ୍ଠାନ ତାକୁ ନେଇ ଚର୍ଚ୍ଚା ବଢିଛି । ଆଜି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୁରୀରେ ଯାହା ଘଟିଲା ଏନେଇ ରାଜ୍ୟ ସରକାର ଗତକାଲି ଗୋଟିଏ ବଡ ନିଷ୍ପତି ନେଇ ସାରିଛନ୍ତି । ଆଗକୁ ଏହାର ତଦନ୍ତ ଚାଲିବ । ନିକଟରେ ଆଡପ ମଣ୍ଡପ ବିଜେ ବେଳେ ବଡ ଠାକୁର ହାମୁଡାଇ ହୋଇପଡିଥିଲେ । ସେହିପରି ରଥଟାଣିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଚିନ୍ତାପ୍ରକଟ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଜରିଆରେ ଏ ପ୍ରସଙ୍ଗରେ ସେ ମର୍ମାହତ ବୋଲି କହିଥିଲେ । ଏପରି ଅଘଟଣର କାରଣ କଣ ତଦନ୍ତ ହେବା ଦରକାର ବୋଲି କହିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଚିଠି ଜରିଆରେ ଉତର ରଖିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ସେ ଗୁରୁତର ସହ ନେବେ ବୋଲି କହିଥିଲେ ମୋହନ ମାଝୀ । ଆଉ ଏହି ଚିଠିର କିଛି ସମୟ ପରେ ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପଦରୁ ଅବ୍ୟାହତି ଦିଆଯାଇଛି । ଏବେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜଙ୍କ ବୟାନ ସ୍ପଷ୍ଟ କରିଛି ଯେ କାହିଁକି ଅରବିନ୍ଦ ପାଢୀଙ୍କୁ ଭରସା କଲେ ସରକାର । ଅରବିନ୍ଦ ପାଢୀ ପୂର୍ବରୁ ୨୦୧୪ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇଥିଲେ । ସେହିପରି ନିକଟରେ ବୀର ବିକ୍ରମ ଯାଦବ ଛୁଟିରେ ଥିବା ସମୟରେ ଅରବିନ୍ଦ ପାଢୀ ଏହି ଦାୟିତ୍ୱ ତୁଲାଉଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.1 ° C
    24.1 °
    24.1 °
    98 %
    1.7kmh
    100 %
    Wed
    24 °
    Thu
    28 °
    Fri
    29 °
    Sat
    29 °
    Sun
    31 °

    ସମ୍ବନ୍ଧିତ