Sunday, October 11, 2026
30.5 C
Odisha

    ମମିତା ମେହେର ହତ୍ୟାକାଣ୍ଡ: ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟି କଥା ହେଲେ କଣ୍ଟାବାଞ୍ଜି ବିଧାୟକ

    ଆଗକୁ ପଢନ୍ତୁ

    କଣ୍ଟାବାଞ୍ଜି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ତଥା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍‌ର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣା ପୁଣି ମୁଣ୍ଡ ଟେକିପାରେ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ଲକ୍ଷ୍ମଣ ବାଗ୍‌ ଆଜି ପୀଡିତ ପରିବାରକୁ ଭେଟିଲା ପରେ ଏହା ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ମମିତା ମେହେରଙ୍କ ପରିବାର ଲୋକେ ପୁଣି ସିବିଆଇ ତଦନ୍ତ କରିବାକୁ ବିଧାୟକ ଶ୍ରୀ ବାଗ୍‌ଙ୍କୁ ଅନୁରୋଧ କରିଛନ୍ତି
    ସୂଚନା ଅନୁସାରେ ଲକ୍ଷ୍ମଣ ବାଗ ଆଜି ତୁରେକେଲା ବ୍ଲକ ଝରଣୀ ଗାଁକୁ ଯାଇଥିଲେ। ସେଠାରେ ସେ ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ। ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରେଇବା ପାଇଁ ନିଜର ନିର୍ବାଚନୀ ପ୍ରଚାରରେ ବାରମ୍ବାର କହିଥିଲେ। ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯିବା ନେଇ ପ୍ରତିଶ୍ରୁତି ଦେବା ସହ ଏଭକି ଏକ ଘଟଣାର ପର୍ଦ୍ଦାଫାସ କରାଯିବ ଯିବ ବୋଲି ମଧ୍ୟ କହିଛନ୍ତି। ବିଜେପି ପକ୍ଷରୁ ବିଧାୟକ ସହ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
    ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବର ୮ରେ ମମିତା ମେହେର ନିଖୋଜ ହୋଇଥିଲେ। ମମିତା ନିଖୋଜ ହୋଇଯିବା ପରେ ପରିବାର ଲୋକେ ଏବଂ ବନ୍ଧୁବାନ୍ଧବ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ନିଖୋଜର ଏକ ସପ୍ତାହ ପରେ ମଧ୍ୟ ମମିତାଙ୍କର କୌଣସି ସନ୍ଧାନ ମିଳିପାରି ନଥିଲା। ଘଟଣାର ୧୨ ଦିନ ପରେ ସନସାଇନସ୍କୁଲ ପାଖରେ ଥିବା ଖେଳପଡ଼ିଆରେ ଖୋଳାଖୋଳି ଆରମ୍ଭ କରିବା ସମୟରେ ସେଠାରୁ ହିଁ ମାଟିତଳୁ ସଂପୂର୍ଣ୍ଣ ପୋଡ଼ିଯାଇଥିବା ଏକ ଶବ ଉଦ୍ଧାର ହୋଇଥିଲା। ତାହା ମମିତା ମେହେରଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ଏହି ଘଟଣାରେ ପୁଲିସ କଲେଜର ମାଲିକ ଗୋବିନ୍ଦ ସାହୁ ଓ ଡ୍ରାଇଭରଙ୍କୁ ଗିରଫ କରିଥିଲା। ଗୋବିନ୍ଦ ସାହୁଙ୍କୁ ଜେଲରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ସହିତ ରାଜନେତାଙ୍କର ସଂପୃକ୍ତି ଥିବା ନେଇ ସେହି ସମୟରେ ଅଭିଯୋଗ ହେଉଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    52 %
    2.8kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ