Friday, October 16, 2026
28.4 C
Odisha

    ରାଜ୍ୟରେ ଡବଲ ଇଞ୍ଜିନ ଅକାମୀ’ ; ବାଲିଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲେନିନ କଲେ କଟାକ୍ଷ

    ଆଗକୁ ପଢନ୍ତୁ

    ବାଲିଯାତ୍ରା ଆୟୋଜନରେ ରାଜ୍ୟ ସରକାରଙ୍କ ତ୍ରୁଟି ଓ ଜିଲ୍ଲା ପ୍ରଶାସନର ଅପାରଗତା ଜଳଜଳ ହୋଇ ଦେଖାଦେଉଛି ।  ରାଜ୍ୟର ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ଗଲେ ହେଲେ ଜିଲ୍ଲା ପ୍ରଶାସନ ତାଙ୍କୁ ଇ-ଭେଇକିଲ ଯୋଗାଇ ପାରିଲାନି ।  ଯେଉଁଥିଲାଗି ମୁଖ୍ୟମନ୍ତ୍ରୀ ବିଷୋଦଗାର କଲେ । ମୁଖ୍ୟମନ୍ତ୍ରୀ ଦହିବରା ଖାଇଲେ ହେଲେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନେଇ କହିଲେନି । ରାଜ୍ୟରେଡବଲ ଇଞ୍ଜିନ୍ ଅକାମୀ’ । ବାଲିଯାତ୍ରାର ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କଟାକ୍ଷ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

    ଖାଲି ସେତିକି ନୁହେଁ , ଲେନିନ୍ ଆହୁରି ମଧ୍ୟ କହିଛନ୍ତି, ‘ ମୁଖ୍ୟମନ୍ତ୍ରୀ କବି ଭାବେ କହିଲେ , ନ ଯା ନ ଯା ଗୋରୀ ବାଲିଯାତ୍ରା ଦେଖି,  ତୋ ଗୋରା ଦେହେ ଲାଗିଯିବ କାଳେ ନଜର ଲାଖି । ତାମାନେ କ’ଣ ମୁଖ୍ୟମନ୍ତ୍ରୀର ଗୋରୀ ଝିଅଙ୍କ ପ୍ରତି ଦୁର୍ବଳତା ଅଛି?  କଟକ ଜିଲ୍ଲାପାଳ ଓ ଏସପି ସରକାରଙ୍କ ଚାଟୁକାର ସାଜିଛନ୍ତି।  ଆମ ପାଖେ ତଥ୍ୟ ଅଛି ବିଜେପି ନେତାଙ୍କ ଛଡା ଅନ୍ୟ କାହାରିକୁ ଚଢାଇ ନଦେବା ପାଇଁ। ବାଲିଯାତ୍ରାରେ କଟକ ସଦର ବିଧାୟକ ପ୍ରକାଶ ବେହେରା ବିକୃତ ଇଂରାଜୀରେ ଭାଷଣ ଦେଲେ।  ଏହା କଣ ଓଡ଼ିଆ ଅସ୍ମିତା’?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    68 %
    1.9kmh
    31 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ