Saturday, July 4, 2026
25.7 C
Odisha

    ଦେଶରେ ନିଅଣ୍ଟିଆ ମୌସୁମୀ ବର୍ଷା: ଉତ୍ତରପୂର୍ବରେ ୨୦%

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚଳିତବର୍ଷ ବତ୍ତର୍ମାନ ସୁଦ୍ଧା ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି। ମୁଖ୍ୟତଃ ବର୍ଷାଜଳ ‌ଉପରେ ଚାଷ ନିର୍ଭରଶୀଳ ଚାଷ ବ୍ୟାପକ ଭାବେ ପ୍ରଭାବିତ ହେବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି। ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ) ରିପୋର୍ଟ ଅନୁଯାୟୀ ଦକ୍ଷିଣର ମାତ୍ର ଅଳ୍ପ କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସବୁ ଅଞ୍ଚଳରେ ଚଳିତ ଜୁନ୍‌ ୧ରୁ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। କିଛି ଉତ୍ତରପଶ୍ଚିମ ରାଜ୍ୟରେ ଗ୍ରୀଷ୍ମଲହରୀ ଯୋଗୁଁ ଅତି ସାଂଘାତିକ ସ୍ଥିତି ଉପୁଜିଛି। ମୌସୁମୀ ବର୍ଷା ସାଧାରଣତଃ ଦକ୍ଷିଣ ଭାରତରେ ପ୍ରାୟ ଜୁନ୍‌ ୧‌ରେ ଆରମ୍ଭ ହୁଏ ଏବଂ ଜୁଲାଇ ୮ ସୁଦ୍ଧା ଏହା ଦେଶବ୍ୟାପୀ ପହଞ୍ଚିଥାଏ। ଧାନ, ତୁଳା, ସୋୟାବିନ, ଆଖୁ ଭଳି ଗୁରୁତ୍ବପୂର୍ଣ୍ଣ ଫସଲ ଚାଷ ପାଇଁ ଭାରତକୁ ବର୍ଷାଜଳ ଉପରେ ନିର୍ଭର କରିବାକୁ ପଡ଼େ। ତେଣୁ ନିଅଣ୍ଟିଆ ବର୍ଷାଜଳ ଚାଷ ଉପରେ ବ୍ୟାପକ ପ୍ରଭାବ ପକାଇବ ଏବଂ ଏହାଦ୍ବାରା ଖାଦ୍ୟଶସ୍ୟ ଉତ୍ପାଦନ କମି ଦେଶର ଆର୍ଥିକ ବିକାଶରେ ବାଧା ଉପୁଜାଇପାରେ।
    ଉତ୍ତରପୂର୍ବରେ ୨୦%
    ଉତ୍ତରପଶ୍ଚିମରେ ସର୍ବାଧିକ ୬୮%
    ଗ୍ରୀଷ୍ମଲହରୀ ପାଇଁ ବିପଦରେ ଚାଷ
    ଦିଲ୍ଲୀରେ ରେଡ୍‌ ଆଲର୍ଟ

    ତେବେ ତଥ୍ୟରୁ ଜଣାପଡ଼ିଛି ଯେ ସୋୟାବିନ, ତୁଳା ଏବଂ ଡାଲି ଜାତୀୟ ଖାଦ୍ୟ ଶସ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ଭାରତରେ ଚଳିତ ମୌସୁମୀ ଋତୁରେ ୨୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଅନ୍ୟପ‌କ୍ଷେ ଧାନ ଚାଷ ପାଇଁ ଗୁରୁତ୍ବପୂର୍ଣ୍ଣ ଦକ୍ଷିଣ‌ ଭାରତରେ ଆଗୁଆ ମୌସୁମୀ ଆସିଥିବାରୁ ୧୭ ପ୍ରତିଶତ ଅଧିକ ମୌସୁମୀ ବର୍ଷା ହୋଇଛି। ତେବେ ଉତ୍ତରପୂର୍ବରେ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଉତ୍ତରପଶ୍ଚିମ‌ରେ ୬୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଅନ୍ୟପକ୍ଷେ ଉତ୍ତର ଭାରତୀୟ ରାଜ୍ୟ ଗୁଡ଼ିକରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିବ। ଏହି ଅଞ୍ଚଳ ଗୁଡ଼ିକରେ ବର୍ତ୍ତମାନ ତାପମାତ୍ରା ୪୨ରୁ ୪୭.୬ ଡିଗ୍ରି ରହୁଛି। ଏଠାରେ ସ୍ବାଭାବିକଠାରୁ ୪-୯ ଡିଗ୍ରି ସେଲସିୟସ ଅଧିକ ତାପମାତ୍ରା ରହୁଛି। ଆଇଏମ୍‌ଡି ମଧ୍ୟ ଦିଲ୍ଲୀରେ ଗ୍ରୀଷ୍ମ ଲହରୀ ସ୍ଥିତି ନେଇ ରେଡ୍‌ ଆଲର୍ଟ ଜାରି କରିଛି। ଲୋକମାନଙ୍କୁ ଆବଶ୍ୟକ ନଥିଲେ ବାହାରକୁ ଯିବାପାଇଁ ମନା କରାଯାଇଛି। ଦିଲ୍ଲୀରେ ରବିବାର ସର୍ବାଧିକ ୪୪.୯ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା ଯାହା ସ୍ବାଭାବିକଠାରୁ ୬ ଡିଗ୍ରି ଅଧିକ। ଅନ୍ୟପକ୍ଷେ ଏଠାରେ ସର୍ବନିମ୍ନ ୩୩.୨ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା। ଲଗାତାର ୮ ଦିନ ଧରି ଦିଲ୍ଲୀରେ ଗ୍ରୀଷ୍ମଲହରୀ ଜାରି ରହିଛି ଏବଂ ଲଗାତାର ୩୫ ଦିନ ଧରି ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.7 ° C
    25.7 °
    25.7 °
    90 %
    1.2kmh
    100 %
    Sat
    28 °
    Sun
    25 °
    Mon
    27 °
    Tue
    32 °
    Wed
    31 °

    ସମ୍ବନ୍ଧିତ