Friday, January 9, 2026
23.8 C
Odisha

    ରାଜ୍ୟରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଗତକାଲି ରାତିରେ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି କୋହଲା ପାଗ ପରିଲକ୍ଷିତ ହୋଇଛି। ‌ଦ୍ବୈତ ନଗରୀ ଭୁବନେଶ୍ବର-କଟକରେ ହାଲୁକା ବର୍ଷା ଲୋକଙ୍କୁ ଯାତାୟତରେ ଅସୁବିଧା ସୃଷ୍ଟି କରିଛି। ଆଜି ସକାଳୁ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଦେଖିବାକୁ ମିଳିଛି। ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କୋହଲା ପାଗ ଲାଗି ରହିଛି।

    ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଓ ଆସନ୍ତାକାଲି ଅନୁରୂପ ପାଗ ରହିବ ବୋଲି ଜଣାଯାଇଛି। ଏଣେ ଆଗାମୀ ୨୬ ତାରିଖରୁ ପାଣିପାଗରେ ପରିବର୍ତ୍ତନ ଘଟିବ ବୋଲି ସୂଚନା ରହିଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    16 %
    2.6kmh
    52 %
    Fri
    25 °
    Sat
    26 °
    Sun
    28 °
    Mon
    29 °
    Tue
    29 °

    ସମ୍ବନ୍ଧିତ