Saturday, April 11, 2026
25.2 C
Odisha

    ଦିନକ ପରେ ଶ୍ରାବଣ ସୋମବାର, ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର। ଜଳଲାଗି କରିବାକୁ କାଉଡ଼ିଆମାନେ ପ୍ରସ୍ତୁତ ହେଲେଣି। ହଜାର ହଜାର କାଉଡ଼ିଆଙ୍କୁ ଦୃଷ୍ଟିରେ ରଖି ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଓ ଏଏସ୍‌‌ଆଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରାଜଧାନୀସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର, ଚିନ୍ତାମଣିଶ୍ୱର ମନ୍ଦିର ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପୂର୍ବରାତି ଅର୍ଥାତ୍‌‌ ରବିବାର ରାତି ୩ ଟାରେ ମନ୍ଦିର ପହଡ଼ ଖୋଲିବାପରେ ସାଢ଼େ ୩ ଟାରେ ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳଆଳତି ଓ ଅବକାଶ ନୀତି ସମ୍ପାଦନ ପରେ ଭୋଗ ୪ ଟାରେ ଶ୍ରଦ୍ଧାଳୁଙ୍କ ଲାଗି ସାହାଣମେଲା ଦର୍ଶନ ଆରମ୍ଭ ହେବ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‌‌ର ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ଧାଡ଼ିରେ କାଉଡ଼ିଆମାନେ ଛିଡ଼ା ହୋଇ କିଭଳି ଶୃଙ୍ଖଳିତ ଭାବରେ ଜଳଲାଗି କରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। କାଉଡ଼ିଆ ଶ୍ରୀଲିଙ୍ଗରାଜଙ୍କ ନିକଟରେ ଜଳ ଲାଗି କରିବାକୁ ଗଙ୍ଗାଯମୁନା ମନ୍ଦିର ରାସ୍ତାଦେଇ ଲିଙ୍ଗରାଜ ପ୍ଲାଜା ଭିତରେ ପଶି ସିଂହଦ୍ୱାର, ସିଂହଦ୍ୱାର ପାଖରୁ ଆଡ଼କାଠ ନିକଟକୁ ଯିବାର ବ୍ୟବସ୍ଥା ହୋଇଛି। ଗର୍ଭଗୃହ ମଧ୍ୟକୁ ପ୍ରବେଶ ନିଷେଧ ଥିବାବେଳେ ଆଡ଼କାଠ ନିକଟରେ ରହିଥିବା ଲୋଧାରେ ପାଣି ଢାଳିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1.3kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ