Tuesday, September 29, 2026
29.2 C
Odisha

    ଶ୍ରୀଲିଙ୍ଗରାଜଙ୍କ ୩୬.୩୭୦ ଏକର ଜମି ହଡ଼ପ: ହେଉନି ଉଦ୍ଧାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କର ଭୁବନେଶ୍ୱର ସହରରେ ଥିବା ୩୬.୩୭୦ ଏକର ଜମି ହଡ଼ପ ହୋଇଛି। ଏଭଳି ସ୍ଥିତି ହୋଇଛି ମହାପ୍ରଭୁଙ୍କ ମୋଟ୍‍ ୧୫୨୩.୮୭୯ ଏକର ଭୂସମ୍ପତ୍ତି ମଧ୍ୟରୁ ମନ୍ଦିର କର୍ତ୍ତୃପକ୍ଷଙ୍କ ଦଖଲରେ ମାତ୍ର ୩୧.୫୫୬ ଏକର ରହିଛି। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେଯେ, ଶ୍ରୀ ଲିଙ୍ଗରାଜଙ୍କ ମାତ୍ର ୦.୩୦ ଏକର ଜମି ପାଇଁ ୨୩ଟି ମାମଲା ରୁଜୁ ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ୧୯୯୦ ରୁ ୨୦୧୦ ମଧ୍ୟରେ ଜବରଦଖଲକାରୀଙ୍କ ବିରୁଦ୍ଧରେ ୨୭୨ଟି ମାମଲା ରୁଜୁ ହୋଇଛି । ଦେବତ୍ତୋର କମିଶନ ୨୨୨ଟି ୨୦୧୯ ଅକ୍ଟୋବରରେ ଫଏସଲା କରିଥିଲେ । ଜବରଦଖଲ ଉଚ୍ଛେଦ ପାଇଁ ୧୯୬ଟି ମାମଲାକୁ କମିଶନ ଖୋରଧା ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିଲେ I ତେବେ ଫଏସଲା ହୋଇଥିବା ୨୬ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ କୌଣସି ରେକର୍ଡ ନାହିଁ । ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିବା ୧୯୬ ମାମଲା ମଧ୍ୟରୁ ୭୯ଟି ମାମଲା କେବଳ ଭୁବନେଶ୍ୱର ତହସିଲ ଅଞ୍ଚଳର । ୧୫ଟି ମାମଲାରେ ଜମି ଉଦ୍ଧାର ହୋଇଥିବାବେଳେ ୧୭ଟି ମାମଲା ଏବେ ବି ଜିଲ୍ଲାପାଳଙ୍କ ନିକଟରେ ପଡି ରହିଛି । ୪୭ଟି ମାମଲାରେ ଦୋକାନ ଓ ଅନ୍ୟାନ୍ୟ ନିର୍ମାଣ ଯୋଗୁଁ ଆଇନ୍‍ଶୃଙ୍ଖଳା ସମସ୍ୟା ସୃଷ୍ଟି ଆଶଙ୍କାରେ ଜବର ଦଖଲ ଉଚ୍ଛେଦ ସମ୍ଭବପର ହୋଇପାରୁ ନାହିଁ। ଭୁବନେଶ୍ୱର ମହାନଗର ନିଗମର ଗୌତମନଗରରେ ଶ୍ରୀଲିଙ୍ଗରାଜଙ୍କର ୫.୯୮୮ ଏକର ଜମି ରହିଛି । ୧୯୯୫ ମସିହାରେ ଏହି ଜମି ତତ୍କାଳୀନ ଟ୍ରଷ୍ଟବୋର୍ଡର ଟ୍ରଷ୍ଟିଙ୍କ ନାମରେ ହୋଇଥିଲା । ୨୦୧୯ ମସିହା ନଭେମ୍ବରରେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଦର୍ଶାଇଥିଲେ ଯେ ଏହି ଜମିର ବଜାର ଦର ୬୨.୮୭ କୋଟି ଟଙ୍କା ରହିଥିଲା । ଉଭୟ ଟ୍ରଷ୍ଟ ବୋର୍ଡ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଭୂସମ୍ପତ୍ତିର ସୁରକ୍ଷା ପାଇଁ ଠିକଣା ପଦକ୍ଷେପ ନେଇନଥିବା ଅଡିଟର ଦର୍ଶାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ