Sunday, October 4, 2026
24.6 C
Odisha

    ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ଉଠିଲା ମହାଦୀପ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ଉଠିଲା ମହାଦୀପ । ବେଢ଼ା ପରିକ୍ରମା ପରେ ଲିଙ୍ଗରାଜ ମନ୍ଦିରର ଉପରକୁ ରାତି ୧୦ଟା ୧୭ ମିନିଟରେ ଉଠିଛି ମହାଦୀପ । ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ପରିସର। ମହାଦୀପ ଦର୍ଶନ ବେଳେ ଭାବ ବିହୋଳ ହୋଇପଡ଼ିଥିଲେ ଶ୍ରଦ୍ଧାଳୁ। ମହାଦୀପ ଦେଖିଲାପରେ ନିଜର ଉପବାସ ଭଙ୍ଗ କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ମହାଦୀପ ଉଠିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ