Sunday, October 18, 2026
23.2 C
Odisha

    ଜାତୀୟ ରାଜପଥ ୧୬ରେ ଓଲଟିଲା ମଦ ବୋଝେଇ ମିନି ଟ୍ରକ୍, ବୋହିନେଲେ ଲୋକେ

    ଆଗକୁ ପଢନ୍ତୁ

    ଯାଜପୁର : ଓଲଟିଲା ମଦ ବୋଝେଇ ମିନି ଟ୍ରକ୍। ନେବା ପାଇଁ ଠେଲାପେଲା । ଯେମିତି ପାରିଲା ବୋହିନେଲା । କଥାରେ ଅଛି କାହାର ସର୍ବନାଶ ତ କାହାର ପୁଷ ମାସ । ପର ଜିନିଷକୁ ବୋହି ନେବାରେ ଆମ ଲୋକେ ସିଦ୍ଧ ହସ୍ତ । ପଛେ କିଏ ମରିଯାଉ କିନ୍ତୁ ମାଗଣା ମାଲ୍ ପାଇଲେ କିଏ ହାତ ଛଡା କରୁଛି ।

    ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜାତୀୟ ରାଜପଥରେ ୧୬ରେ । ଭାରସାମ୍ୟ ହରାଇ ଓଲଟି ପଡିଲା ମଦ ବୋଝେଇ ମିନି ଟ୍ରକ୍ । ଅଳ୍ପକେ ବର୍ତିଲେ ଡ୍ରାଇଭର । ହେଲେ ଏପଟେ ଦୁର୍ଘଟଣା ପରେ କିଛି ଲୋକେ ମଦ ବୋହି ନେଉଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଖବର ପାଇ ପୋଲିସ୍ ପହଂଚିବା ପରେ ଲୋକେ ସେଠାରୁ ଦୌଡି ପଳାଇଥିଲେ ।
    ଯାହା ସୂଚନା ମିଳିଛି, ଏକ ଆମ୍ବୁଲାନ୍ସ ସହ ମଦ ବୋଝେଇ ଟ୍ରକ୍ ଧକ୍କା ହେବା ଫଳରେ ଜାତୀୟ ରାଜପଥ ଉପରେ ଓଲଟି ପଡିଥିଲା ମଦ ବୋଝେଇ ମିନି ଟ୍ରକ୍ । ୧୬ନଂ ଜାତୀୟ ରାଜପଥ ବଡ଼ଚଣା ଥାନା ଅଧୀନ କଡେଇ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା।

    ତେବେ ଖୋର୍ଦ୍ଧାର ଏକ ମଦ ଡିପରୁ ଏକ ମଦ ବୋଝେଇ ମିନି ଟ୍ରକଟି ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ ଜାତୀୟ ରାଜପଥରେ ୧୬ କଡେଇ ଛକ ନିକଟରେ ଭୁବନେଶ୍ୱରରୁ ବାଲେଶ୍ୱର ଆସୁଥିବା ଏକ ଆମ୍ବୁଲାନ୍ସ ଗାଡିଟି ପଛ ପଟୁ ଧକ୍କା ଦେଇଥିଲା । ଯାହା ଫଳରେ ମଦ ବୋଝେଇ ଗାଡିଟି ଜାତୀୟ ରାଜପଥରେ ଓଲଟି ପଡିଥିବା ସହ ସବୁ ମଦ ବୋତଲ ରାସ୍ତା ଉପରେ ବିଛେଇ ହୋଇ ପଡିଯାଇଥିଲା । ତାପରେ ଆମ ଲୋକଙ୍କ ଖୁସି କହିଲେ ନସରେ । ଏପଟେ ଜାତୀୟ ଡ୍ରାଇଭରଙ୍କୁ ସୁରକ୍ଷିତ ଉଦ୍ଧାର କରିବେ କଣ ଯିଏ ପାରିଲା ବୋତଲ ଉଠାଇ ଛୁ ମାରିଲା ।

    ତେବେ ଭଗବାନଙ୍କ କୃପାରୁ ଏତେ ବଡ ଦୁର୍ଘଟଣାରୁ ଗାଡିର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥଲେ । ମଦ ଗୁଡିକ ରାସ୍ତାରେ ପଡି ରହିଥିବା ବେଳେ ଘଟଣାସ୍ଥଳରେ ଖବର ପାଇ ବଡ଼ଚଣା ପୋଲିସ ପହଂଚିଥିବା ବେଳେ, ମଦ ବୋତଲକୁ ରାସ୍ତା ଉପରେ ସଫା କରିଛି । ପୋଲିସ୍ ଉପସ୍ଥିତିରେ ମଦ ଗୁଡିକୁ ରାସ୍ତାରୁ ଉଠାଇ ଅନ୍ୟ ଏକ ଗାଡିକୁ ସ୍ଥାନାନ୍ତର କରାଯାଇଛି । ତେବେ ପୋଲିସ୍ ଏଇ ଘଟଣାର ଅଧିକ ତଦନ୍ତ ଚଳାଇଛି । ଏପଟେ ଏତେ ପରିମାଣରେ ମଦ ବୋତଲ ପଡିଥିବା ଦେଖି ରାସ୍ତାରେ ଯାଉଥିବା ଲୋକେ ଗାଡି ଅଟକାଇ ମଦ ବୋତଲ ନେଇଯାଇଥିବା ବେଳେ, ଏହି ଘଟଣାର ଭିଜୁଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ