Tuesday, March 25, 2025
24.6 C
Odisha

    ଜାମ୍ମୁ-କାଶ୍ମୀରରେ ବଢୁଛି ଆତଙ୍କବାଦୀ ଆକ୍ରମଣ । ଆତଙ୍କୀ ଆକ୍ରମଣ ପଛରେ ରହିଛି କି ଷଡଯନ୍ତ୍ର, ପଢନ୍ତୁ କ’ଣ କହିଲେ ଫାରୁକ ଅବଦୁଲ୍ଲା

    ଆଗକୁ ପଢନ୍ତୁ

    ଜାମ୍ମୁ-କାଶ୍ମୀର ଘାଟିରେ ବଢୁଛି ଆତଙ୍କବାଦୀ ଆକ୍ରମଣ । ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା । ଲଗାତର କିଛିଦିନ ହେବ ଲାଗି ରହିଥିବା ଆତଙ୍କୀ ଆକ୍ରମଣ ପଛରେ ଷଡଯନ୍ତ୍ର ରହିଥିବା ଫାରୁକ କହିଛନ୍ତି । ସେ କହିଛନ୍ତି କି ନ୍ୟାସନାଲ କନଫରେନ୍ସ ସରକାରକୁ ଅସ୍ଥିର କରିବାକୁ ଏଭଳି ଯୋଜନା କରାଯାଉଛି । ଏନେଇ କେନ୍ଦ୍ର ସରକାର ସ୍ୱତନ୍ତ୍ର ଯାଂଚ କରନ୍ତୁ ବୋଲି ଫାରୁକ୍ ଦାବି କରିଛନ୍ତି । ଏହାସହ ଆତଙ୍କବାଦୀଙ୍କୁ ନ ମାରି ସେମାନଙ୍କୁ ଗିରଫ କରାଯାଉ । ସେମାନଙ୍କ ଠାରୁ ଏହି ଆକ୍ରମଣ ପଛରେ କିଏ ରହିଛି ସେ ବାବଦରେ ସୂଚନା ଆଦାୟ କରାଯାଉ ବୋଲି ଫାରୁକ କହିଛନ୍ତି ।

    ଫାରୁକ ଅବଦୁଲ୍ଲାଙ୍କ ଏହି ବୟାନ ଉପରେ ଜବାବ ରଖିଛି ବିଜେପି । ବିଜେପି କହିଛି କି, ନ୍ୟାସନାଲ କନଫରେନ୍ସ କ୍ଷମତାକୁ ଆସିବା ପରେ ବୋଧେ ଅନୁଭବ କରୁଛି କି, ଆତଙ୍କୀ ଆକ୍ରମଣ ପଛରେ ବିଦେଶୀ ଶକ୍ତି ସକ୍ରିୟ ରହିଛି । ଏହାସହ କେନ୍ଦ୍ର ସରକାର ସହ ମିଶି ଆତଙ୍କୀ ଆକ୍ରମଣ ରୋକିବାରେ ନ୍ୟାସନାଲ କନଫରେନ୍ସ କାମ କରୁ ବୋଲି ବିଜେପି ପରାମର୍ଶ ଦେଇଛି ।

    ଶନିବାର ସକାଳେ ଜାମ୍ମୁ-କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଅନନ୍ତନାଗ ଜିଲ୍ଲାରେ ସେନା ଗୁଳିରେ ୨ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    39 %
    2.5kmh
    0 %
    Tue
    25 °
    Wed
    38 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ