Saturday, June 6, 2026
31.7 C
Odisha

    ସଂସଦରେ ହଙ୍ଗାମା: ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ ବାଚସ୍ପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଂସଦରେ ହଙ୍ଗାମା। ଶେଷ ଦିନରେ ବି ସୁରୁଖୁର ଚାଲିଲାନି ଲୋକସଭା। ହଙ୍ଗାମା ପାଇଁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ ବାଚସ୍ପତି। ଆମ୍ବେଦକର ବିବାଦ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲାକୁ ବିରୋଧ କରି ଇଣ୍ଡି ମେଣ୍ଟର ସାଂସଦମାନେ ସଂସଦ ଭବନ ବାହାରେ ପ୍ରତିବାଦ କରିଛନ୍ତି। ବିଜୟ ଚୌକରୁ ସଂସଦ ଭବନ ପର୍ଯ୍ୟନ୍ତ ରାହୁଲଙ୍କ ସମର୍ଥନରେ ପଦଯାତ୍ରା କରିଛନ୍ତି ବିରୋଧୀ ସାଂସଦ। ଏହି ସମୟରେ ରାହୁଲ ଗାନ୍ଧୀ ସାମିଲ ହୋଇନାହାଁନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ସାଂସଦ ପ୍ଲା କାର୍ଡ ଧରି ବିରୋଧ ପ୍ରଦର୍ଶନ କରିଛନ୍ତି। ସେପଟେ ଏନଡିଏ ସାଂସଦମାନେ ମଧ୍ୟ ରାହୁଲଙ୍କୁ ବିରୋଧ କରି ସଂସଦ ଭବନ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ନିଲମ୍ବିତ କରିବା ପାଇଁ ଦାବି କରିଛନ୍ତି ଶାସକ ଦଳ ସାଂସଦମାନେ। ସେପଟେ ରାଜ୍ୟସଭା ମଧ୍ୟ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।
    ତେବେ ଆଜି ସଂସଦରେ ଦେଖିବାକୁ ମିଳିଛି ବ୍ୟାଗ୍ ରାଜନୀତି। ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ବ୍ୟାଗ୍ ଉପହାର ଦେଇଛନ୍ତି। ଯେଉଁଥିରେ ୧୯୮୪ ଲେଖାଯାଇଛି। ଯାହା ୧୯୮୪ରେ ହୋଇଥିବା ଶିଖ୍‌ ଦଙ୍ଗାକୁ ମନେ ପକାଇ ଦେଇଛି। ଏବେ କିଛି ଦିନ ଧରି ବ୍ୟାଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ। କେବେ ଅଦାନୀ ତ କେବେ ବାଂଲାଦେଶ ଲେଖା ଥିବା ବ୍ୟାଗ୍ ଧରି ସଂସଦକୁ ଆସୁଛନ୍ତି ପ୍ରିୟଙ୍କା। ଏହା ଭିତରେ ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ବ୍ୟାଗ ଦେଇଛନ୍ତି। ଯେଉଁଥିରେ ୧୯୮୪ ଲେଖା ଅଛି। ବନ୍ଧୁକ ଚିତ୍ର ମଧ୍ୟ ବ୍ୟାଗରେ ରହିଛି। ଏହା ୧୯୮୪ ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି। ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ବିରୋଧୀ କଂଗ୍ରେସ ଗୌତମ ଅଦାନୀଙ୍କୁ ନେଇ ଲଗାତର ବିରୋଧ କରିଆସୁଛି। ଗତ ୧୦ ତାରିଖରେ ପ୍ରିୟଙ୍କା ଏକ ବ୍ୟାଗ୍ ପକାଇ ସଂସଦ ଆସିଥିଲେ, ଯେଉଁଥିରେ ମୋଦି-ଅଦାନୀ ଭାଇ ଭାଇ ବୋଲି ଲେଖା ଥିଲା। ରାହୁଲ ଗାନ୍ଧୀ ଏହି ବ୍ୟାଗକୁ ସଂସଦରେ ଦେଖାଇ ବ୍ୟାଗ୍ ବହୁତ ସୁନ୍ଦର ଦିଶୁଥିବା କହି ତାତ୍ସଲ୍ୟ କରିଥିଲେ। ଏହାପରେ ୧୬ ଡିସେମ୍ବରରେ ପାଲେଷ୍ଟାଇନ୍ ଲେଖା ଥିବା ଆଉ ଏକ ବ୍ୟାଗ୍ ଧରି ସଂସଦ ଯାଇଥିଲେ ପ୍ରିୟଙ୍କା ଗାନ୍ଧୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    31.7 ° C
    31.7 °
    31.7 °
    46 %
    1.4kmh
    100 %
    Sat
    31 °
    Sun
    41 °
    Mon
    43 °
    Tue
    44 °
    Wed
    43 °

    ସମ୍ବନ୍ଧିତ