Friday, October 2, 2026
29.9 C
Odisha

    ତାଲିବାନକୁ ଆତଙ୍କବାଦୀ ତାଲିକାରୁ ହଟାଇବ ରୁଷିଆ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ତାଲିବାନକୁ ଆତଙ୍କବାଦୀ ତାଲିକାରୁ ହଟାଇବ ରୁଷିଆ । ରୁଷିଆ ସରକାର ଏକ ନୂଆ ଆଇନ ଆଣିଛନ୍ତି, ଯାହାଦ୍ବାରା ସେଠାକାର ଅଦାଲତଗୁଡ଼ିକ ମସ୍କୋ ଦ୍ୱାରା ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଉପରୁ କଟକଣା ହଟାଇବାରେ ସହାୟକ ହେବ। ପାର୍ଲାମେଣ୍ଟର ନିମ୍ନ ସଦନ ଷ୍ଟେଟ୍‌ ଡୁମାରେ ପାରିତ ଏହି ଆଇନ ବଳରେ ଆଫଗାନିସ୍ତାନର ତାଲିବାନ୍‌ ଏବଂ ସିରିଆର ନୂଆ ନେତୃତ୍ୱ ସହ ସମ୍ପର୍କ ସ୍ବାଭାବିକ କରିବା ପାଇଁ ମସ୍କୋର ବାଟ ଫିଟିଯିବ ବୋଲି ଆଶା କରାଯାଉଛି ।

    ରୁଷିଆର ଆତଙ୍କବାଦୀ ତାଲିକାରେ ୨୦୦୩ ଫେବୃଆରୀରେ ତାଲିବାନ୍‌ ଏବଂ ୨୦୨୦ରେ ସିରିଆର ହୟାତ୍‌ ତହରିର୍‌ ଅଲ୍‌-ଶାମ୍‌ (ଏଚ୍‌ଟିଏସ୍‌)କୁ ତାଲିକାଭୁକ୍ତ କରାଯାଇଥିଲା। ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନରେ ରହିଥିବା ଆମେରିକୀୟ ସୈନ୍ୟ ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ୨୦୨୧ ଅଗଷ୍ଟରେ ଇସ୍‌ଲାମୀୟ ସଙ୍ଗଠନ କ୍ଷମତା ଦଖଲ କରିଥିଲା।

    ଗତ ଜୁଲାଇରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଥିଲେ, ତାଲିବାନ୍‌ ଏବେ ଆତଙ୍କବାଦ ନିରୋଧୀ ଲଢ଼େଇରେ ମସ୍କୋର ସହଯୋଗୀ ପାଲଟିଯାଇଛି। ଆଫଗାନିସ୍ତାନ ଓ ମଧ୍ୟପ୍ରାଚ୍ୟରେ ଏହି ୨ ସଙ୍ଗଠନ ମସ୍କୋର ପତିଆରା ହ୍ରାସ କରିଥିବାରୁ ରୁଷିଆ ସେମାନଙ୍କ ସହ ସମ୍ପର୍କ ପ୍ରତିଷ୍ଠା କରି ପୁନଃ ଆଧିପତ୍ୟ ବଜାୟ ରଖିବା ପାଇଁ ଏପରି ଯୋଜନା କରୁଥିବା କୁହାଯାଉଛି। ତେବେ ତାଲିବାନକୁ ଭାରତ ସମେତ ଅନେକ ଦେଶ ଆତଙ୍କବାଦୀ ସଂଗଠନ ଶ୍ରେଣୀରେ ରଖିଛନ୍ତି ।

    ୧୯୯୯ର ବହୁ ଚର୍ଚ୍ଚିତ କାନ୍ଦହାର ବିମାନ ଅପହରଣରେ ରହିଥିଲା ଏହି ତାଲିବାନର ହାତ । ଯାହାଫଳରେ ସେତେବେଳେ କୁଖ୍ୟାତ ଆତଙ୍କବାଦୀ ମସୁଦ ଆଝରକୁ ଭାରତରୁ ମୁକୁଳାଇ ନେଇଥିଳେ ଆତଙ୍କବାଦୀ ମାନେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ