Sunday, October 18, 2026
24.8 C
Odisha

    ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ଦେହାନ୍ତ

    ଆଗକୁ ପଢନ୍ତୁ

    ଗୁରୁଗ୍ରାମ: ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକ ଦଳ (ଆଇଏନ୍‌ଏଲ୍‌ଡି)ର ନେତା ଓମ୍ ପ୍ରକାଶ ଚୌତାଲାଙ୍କର ଦେହାନ୍ତ ହେ‌ାଇଛି। ତାଙ୍କର ୮୯ ବର୍ଷ ବୟସରେ ହୃଦଘାତରେ ହସ୍ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି। ଓମ୍‌ ପ୍ରକାଶ ଚୌତାଲା ୧୯୩୫ ମସିହା ଜାନୁଆରି ୧ ତାରିଖରେ ସିର୍ସା ସ୍ଥିତ ଚୌତାଲା ଗ୍ରାମରେ ଜନ୍ମ ହୋଇଥିଲେ। ତାଙ୍କ ନିଧନରେ ହରିଆଣା ରାଜନୀତିକୁ ଏକ ବଡ଼ ଝଟକା ଲାଗିଛି। ସୂଚନାମୁତାବକ, ସେ ହୃଦ୍‌ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଅବସ୍ଥାରେ ରାତି ୧୨ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଓମ୍ ପ୍ରକାଶ ୪ ଥର ମୁଖ୍ୟମନ୍ତ୍ରୀ ଭାବରେ ଭାର ସମ୍ଭାଳିଥିଲେ । ତେବେ ଓମ୍ ପ୍ରକାଶ ଚୌତାଲା ହେଉଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଚୌଧୁରୀ ଲାଲଙ୍କ ପୁଅ । ଚୌତାଲା ହରିଆଣାର ସପ୍ତମ ମୁଖ୍ୟମନ୍ତ୍ରୀ ଥିଲେ ।

    ୧୯୮୯ରେ ଜନତା ଦଳ, ୧୯୯୦ ଜନତା ଦଳ, ୧୯୯୧ରେ ସମାଜବାଦୀ ଜନତା ପାର୍ଟି, ୧୯୯୯ ରେ ଇନେଲୋ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ। ହରିଆଣାର ବିକାଶରେ ଓମ୍ ପ୍ରକାଶ ଚୌତାଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଗ୍ରାମାଞ୍ଚଳ ଏବଂ କୃଷକମାନଙ୍କର ଜଣେ ବଡ ସମର୍ଥକ ଥିଲେ । ସେ ହରିଆଣାର ସବୁଠାରୁ ସକ୍ରିୟ ନେତା ଭାବରେ ଜଣାଶୁଣା ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ