Saturday, October 10, 2026
21.6 C
Odisha

    ସଂସଦରେ ହଙ୍ଗାମା କରିଥିବା ୪ ଅନୁପ୍ରବେଶକାରୀ କେଉଁ ରାଜ୍ୟର ?

    ଆଗକୁ ପଢନ୍ତୁ

    ଗଣତାନ୍ତ୍ରର ମନ୍ଦିର ସଂସଦରେ ଦୁଇଦିନ ପୂର୍ବ ରୁ ହଙ୍ଗାମା ହୋଇଥିଲା। ତେବେ ସେହି ୪ ଅନୁପ୍ରବେଶକାରୀ କିଏ ଆସନ୍ତୁ ଜାଣିବା… ସାଗର ଶର୍ମା, ନିଲମ ଆଜାଦ୍, ମନୋରଞ୍ଜନ ଡି ଓ ଅମୋଲ ସିନ୍ଦେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳର। ତେବେ ସମସ୍ତେ ସୋସିଆଲ୍ ମିଡିଆ ପେଜ୍ ଭଗତ ସିଂହ ଫ୍ୟାନ୍ କ୍ଲବର ସଦସ୍ୟ । ସଂସଦରେ ବେରୋଜଗାରୀ, ମୁଦ୍ରାସ୍ଫୀତି, ମଣିପୁର ହିଂସା ପରି ପ୍ରସଙ୍ଗ ଉଠାଇବାକୁ ସଂସଦ ଭବନରେ ପଶିବାକୁ ସେମାନେ ଉଦ୍ୟମ କରିଥିଲେ। ଲୋକସଭା ଚାମ୍ବରକୁ ଡେଇଁଥିବା ସାଗର ଶର୍ମା ଲକ୍ଷ୍ନୌର ଜଣେ ରିକ୍ସା ଡ୍ରାଇଭର। ସୋସିଆଲ୍ ମିଡିଆରେ ବିଭିନ୍ନ ସମୟରେ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂ ଓ ମାର୍କସିଷ୍ଟ ବିପ୍ଳବୀ ଚେ ଗୁଏଭେରାଙ୍କ ନାରା ସେୟାର କରୁଥିବା ସାଗର ଏକ ବିକ୍ଷୋଭରେ ସାମିଲ ହେବାକୁ ଦିଲ୍ଲୀ ଯାଉଥିବା କହି ଘରୁ ବାହାରିଥିଲେ। ସେହିପରି ଲୋକସଭାରେ ଅନୁପ୍ରବେଶ କରିଥିବା ୩୪ବର୍ଷୀୟ ମନୋରଞ୍ଜନ ଡି ମହୀଶୁରର କମ୍ପ୍ୟୁଟର ଇଞ୍ଜିନିୟର। ବୁକ୍ ଓ୍ବାର୍ମ ମନୋରଞ୍ଜନଙ୍କ ଏଭଳି କାର୍ଯ୍ୟ ଦେଖି ତାଙ୍କ ପରିବାର ତାଜୁବ୍। ଏଭଳି କାର୍ଯ୍ୟକୁ ତାଙ୍କ ବାପା ନିନ୍ଦା କରିବା ସହ ପୁଅ ଭୁଲ୍ କରିଥିଲେ ଫାଶୀ ଦଣ୍ଡ ଦେବାକୁ କହିଛନ୍ତି ।

    ସେହିପରି ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ କରିଥିଲେ ହରିୟାଣା ହିସାରର ନିଲମ ଆଜାଦ୍। ଏମଫିଲ୍ ଡିଗ୍ରୀ ସହ ନେଟ୍ କ୍ଲିଅର କରିବା ପରେ ବି ଚାକିରି ପାଇଁ ସଂଘର୍ଷ କରୁଛନ୍ତି ନିଲମ୍। ଚାକିରି ନମିଳିବାରୁ ହତୋତ୍ସାହିତ ଥିଲେ ନିଲମ। ପୂର୍ବରୁ ଚାଷୀ ଆନ୍ଦୋଳନ ତଥା ରେସଲରଙ୍କ ଆନ୍ଦୋଳନରେ ବି ସେ ସାମିଲ ହୋଇଥିଲେ। ନିଲମଙ୍କ ସହ ପାର୍ଲାମେଣ୍ଟ ବାହାରେ କଲର ସ୍ପ୍ରେ କରିଥିବା ଅମୋଲ ସିନ୍ଦେ ମହାରାଷ୍ଟ୍ର ଲାଟୁରର । ଅନ୍ୟପଟେ ବାରମ୍ବାର ଚେଷ୍ଟା ପରେ ବି ପୋଲିସ କିମ୍ବା ସେନାରେ ଭର୍ତ୍ତି ହେବାରେ ବିଫଳ ହୋଇଛନ୍ତି ଅମୋଲ। ୪ଜଣଙ୍କୁ ଆତଙ୍କବାଦୀ ନିରୋଧୀ ଆଇନ, ୟୁଏପିଏ ଅଧୀନରେ ଗିରଫ କରାଯାଇଛି । ଅପରାଧିକ ଷଡ଼ଯନ୍ତ୍ର ପରି ସଂଗୀନ ଦଫା ମଧ୍ୟ ଲାଗିଛି । ସେହିପରି ୪ଅଭିଯୁକ୍ତଙ୍କୁ ଘରେ ରଖିଥିବା ଅଭିଯୋଗରେ ଗୁରଗାଓଁର ଭିକି ଶର୍ମା ଓ ତାଙ୍କ ପତ୍ନୀ ରେଖାଙ୍କୁ ଅଟକ ରଖାଯାଇଛି । ଘଟଣାର ଅନ୍ୟତମ ଅଭିଯୁକ୍ତ ବିହାରର ଲଳିତ ଝା ଫେରାର ହୋଇ ଯାଇଛନ୍ତି । ନିଲମ ଆଜାଦ୍ ଓ ଅମୋଲ ସିନ୍ଦେଙ୍କ ଭିଡିଓ ସୁଟ୍ କରିଥିଲେ ଲଳିତ । ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ୍ ନେଇ ଲଳିତ ଫେରାର ହୋଇ ଯାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ