Monday, October 5, 2026
22.4 C
Odisha

    ଦିନ ଦ୍ବିପ୍ରହରରେ ଗୁଳି ଫୁଟିଲା: ଗହଣା ଦୋକାନ ମାଲିକ ଗୁରୁତର, ବୁର୍ଲା ବଡ଼ମେଡିକାଲରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ସମ୍ବଲପୁର: ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଛନ୍ତି। ସମ୍ବଲପୁର ସହରର ଧନୁପାଲି ଥାନା ଛକ ନିକଟ ଏକ ସୁନା ଦୋକାନରେ ଗୁଳି ଫୁଟାଇ ଗହଣା ଲୁଟ୍‌ କରିବାକୁ ଉଦ୍ୟମ କରିଛନ୍ତି। ଗୁଳିମାଡ଼ରେ ଗହଣା ଦୋକାନ ମାଲିକ ଗୁରୁତର ହେଲା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଗୁରୁତର ଗହଣା ଦୋକାନ ମାଲିକ ସୁଜିତ ସୋନାରଙ୍କୁ ବୁର୍ଲା ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୨ଟାରେ ଧନୁପାଲି ଛକ ନିକଟରେ ଥିବା ଗହଣା ଦୋକାନ ‘ନ୍ୟୁ ପାୟଲ ଜ୍ବେଲର୍ସ‘ରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ପହଞ୍ଚି ଥିଲେ। ସେହି ସମୟରେ ଗହଣା ଦୋକାନରେ ମାଲିକ ସୁଜିତ ସୋନାରଙ୍କ ସହିତ କିଛି କର୍ମଚାରୀ ଓ ଗ୍ରାହକ ମଧ୍ୟ ଥିଲେ। ଦୁର୍ବୃତ୍ତମାନେ ଅତର୍କିତ ଭାବେ ଗୁଳି କରିଥିଲେ। ଗୁଳିମାଡ଼ରେ ସୁଜିତ ଗୁରୁତର ହୋଇଥିଲେ। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନେ ଗହଣା ଲୁଟ୍‌ କରିଛନ୍ତି କି ନାହିଁ, ସେନେଇ ଜଣାପଡ଼ି ନାହିଁ।ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଗୁରୁତର ଗହଣା ଦୋକାନ ମାଲିକଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ମେଡିକାଲକୁ ପଠାଇଛି। ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଦେଇଛି। ତେବେ ‌ଦୁର୍ବୃତ୍ତମାନେ ଗହଣା ଲୁଟିବା ପାଇଁ ଆସିଥିଲେ କି ଗହଣା ଦୋକାନୀ ମାଲିକଙ୍କୁ ହତ୍ୟା କରିବାକୁ ଉଦ୍ଦେଶ୍ୟ ରଖିଥିଲେ, ତାହା ତଦନ୍ତ ପରେ ଜଣାପଡ଼ିବ।

    ସୂଚନାଯୋଗ୍ୟ, ପୁଲିସ ନିଷ୍କ୍ରିୟତାର ସୁଯୋଗ ନେଇ ସମ୍ବଲପୁର ଜିଲ୍ଲାରେ ଲୁଟେରା ଓ ଦୁର୍ବୃତ୍ତମାନେ ସକ୍ରିୟ ହୋଇ ଉଠିଛନ୍ତି। କିଛି ଦିନ ପୂର୍ବରୁ ଗୋଶାଳା ଅଞ୍ଚଳରେ ଦୁର୍ବୃତ୍ତମାନେ ଗୁଳିକାଣ୍ଡ କରିଥିଲେ। ସେମାନଙ୍କୁ ଧରିବାରେ ପୁଲିସ ଏପର୍ଯ୍ୟନ୍ତ ବିଫଳ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ