Sunday, October 11, 2026
25 C
Odisha

    ପ୍ରାଣ ପ୍ରତିଷ୍ଠା ପରେ ରାମ ମନ୍ଦିର ଭିତରକୁ ଗଲା ମାଙ୍କଡ଼, ପରେ ଘଟିଲା ଏଭଳି ଘଟଣା

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ଅଯୋଧ୍ୟାରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଦୀର୍ଘ ୫୦୦ ବର୍ଷ ସଂଘର୍ଷର ଅବସାନ ଘଟିଥିଲା । ଭଗବାନଙ୍କ ସୁନ୍ଦର ଓ ଦିବ୍ୟ ମୂର୍ତ୍ତି ସମସ୍ତଙ୍କୁ ମୋହିତ କରିବା ସହ ଦର୍ଶନ ପାଇଁ ହଜାର ହଜାର ଲୋକ ପହଞ୍ଚୁଥିବା ଜଣାପଡ଼ିଛି। ଜାନୁଆରି ୨୨ରେ ପ୍ରାଣ ପ୍ରତିଷ୍ଠା ହେବା ପରେ ୨୩ରେ ଏକ ଏଭଳି ଘଟଣା ଘଟିଥିଲା, ଯାହା ଏବେ ସାମ୍ନାକୁ ଆସିଛି। ପ୍ରାଣ ପ୍ରତିଷ୍ଠା ପରେ ମଙ୍ଗଳବାର ସନ୍ଧ୍ୟା ୫.୩୦ରେ ଏକ ମାଙ୍କଡ଼ ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିଥିବା ଦେଖାଯାଇଥିଲା। ଏହା ଦେଖି ସ୍ବୟଂ ହନୁମାନ ପ୍ରଭୁ ଶ୍ରୀରାମଙ୍କୁ ଭେଟିବା ପାଇଁ ଆସିଥିବା କହିଛନ୍ତି ମନ୍ଦିରର ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ।
    ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ଏକ୍ସରେ ଏହି ଖବର ଦିଆଯାଇଛି। କରାଯାଇଥିବା ପୋଷ୍ଟରେ ଲେଖାଯାଇଛି ଯେ, ଆଜି ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଘଟିଥିବା ଏକ ସୁନ୍ଦର ଘଟଣାର ବର୍ଣ୍ଣନା:

    “ଆଜି ସନ୍ଧ୍ୟା ପ୍ରାୟ ୫.୩୦ରେ ଏକ ମାଙ୍କଡ଼ ଦକ୍ଷିଣ ଦ୍ୱାର ଦେଇ ଗର୍ଭଗୃହରେ ପ୍ରବେଶ କରି ଉତ୍ସବ ମୂର୍ତ୍ତି ପାଖରେ ଯାଇ ପହଞ୍ଚିଥିଲା। ମାଙ୍କଡ଼ଟି ଉତ୍ସବ ମୂର୍ତ୍ତି ତଳେ ପକାଇ ଦେବ ବୋଲି ଆଶଙ୍କା କରି ବାହାରେ ମୁତୟନ ଥିବା ସୁରକ୍ଷା କର୍ମୀମାନେ ମାଙ୍କଡ଼କୁ ରୋକିବା ପାଇଁ ଦୌଡ଼ିଥିଲେ। କିନ୍ତୁ ମାଙ୍କଡ଼ ପୁଲିସକୁ ଆସିବା ଦେଖି ଶାନ୍ତ ଭାବରେ ଉତ୍ତର ଫାଟକ ଆଡକୁ ଚାଲି ଚାଲି ଯାଇଥିଲା। ଫାଟକ ବନ୍ଦ ଥିବାରୁ ସେ ପୂର୍ବ ଦିଗରେ ଥିବା ଫାଟକ ଆଡକୁ ଯାଇ ବାହାରକୁ ଚାଲି ଯାଇଥିଲା। ପୂର୍ବ ଦ୍ବାରରେ ଭକ୍ତଙ୍କ ସମାଗମ ଥିଲେ ବି ସେ କାହାକୁ କ୍ଷତି ପହଞ୍ଚାଇ ନଥିଲା। ସୁରକ୍ଷା କର୍ମୀ କହିଛନ୍ତି ଯେ, ଆମକୁ ଲାଗିଲା ସତେ ଯେପରି ହନୁମାନଜୀ ନିଜେ ରାମଲଲ୍ଲାଙ୍କୁ ଦେଖିବାକୁ ଆସିଛନ୍ତି।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ