Sunday, September 27, 2026
22.6 C
Odisha

    ପଶ୍ଚିମବଙ୍ଗ ପରେ ପଞ୍ଜାବରେ ବି କଂଗ୍ରେସକୁ ଝଟକା

    ଆଗକୁ ପଢନ୍ତୁ

    ଚଣ୍ଡିଗଡ଼ : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ମେଣ୍ଟ ପାଇଁ ମନା କରିବା ପରେ ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟ କଂଗ୍ରେସ ସହ ମେଣ୍ଟ ପାଇଁ ମନା କରିଦେଇଛି । ଆପ୍ ସ୍ପଷ୍ଟ କରିଛି ଯେ ଦଳ ପଞ୍ଜାବରେ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଭଗବନ୍ତ ମାନ କହିଛନ୍ତି ଯେ ପଞ୍ଜାବରେ କଂଗ୍ରେସ ସହିତ ଆମର କିଛି ନାହିଁ। ପଞ୍ଜାବର ୧୩ଟି ଲୋକସଭା ଆସନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରାୟ ୪୦ ଜଣ ପ୍ରାର୍ଥୀଙ୍କୁ ଚୟନ କରିଛି। ଦଳ ୧୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ପାଇଁ ସର୍ଭେ କରୁଛି। ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ ସମ୍ପର୍କରେ ଭଗବନ୍ତ ମାନ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ମଧ୍ୟ ଚଣ୍ଡିଗଡ଼ ଲୋକସଭା ଆସନ ପାଇଁ ବି ପ୍ରାର୍ଥୀ ଦେବ ।

    ତେବେ ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ ପାଇଁ ପ୍ରସ୍ତୁତ ରହିଛି ବୋଲି ଆପ୍ କହିଛି। ଏପର୍ଯ୍ୟନ୍ତ ଏଠାରେ ୭ଟି ଆସନ ପାଇଁ ଫର୍ମୁଲା ପ୍ରସ୍ତୁତ ହୋଇନଥିବା ବେଳେ ଆସନ ବଣ୍ଟନ ନେଇ କଂଗ୍ରେସର ଜାତୀୟ ମେଣ୍ଟ କମିଟି ଓ ଆପ୍ ନେତାଙ୍କ ମଧ୍ୟରେ ବୈଠକ ବସିଛି। ଏହି ସମୟରେ ଉଭୟ ଦଳ ବିଜେପି ବିରୋଧରେ ଏକଜୁଟତା ଦୋହରାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    96 %
    1.5kmh
    65 %
    Sat
    22 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ