Thursday, April 2, 2026
38.5 C
Odisha

    ତିନି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି

    ଆଗକୁ ପଢନ୍ତୁ

    ପୁରୀ: ଆଜି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାପ୍ରଭୁ। ଧାଡ଼ି ପହଣ୍ଡିରେ ଆସି ପ୍ରଥମେ ବଡ଼ ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ରଥରେ ବିରାଜିଛନ୍ତି। ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଭକ୍ତଙ୍କ ଗହଳି ଲାଗିଛି। ଭକ୍ତଙ୍କ ଗହଳିରେ ଫାଟି ପଡୁଛି ବଡ଼ଦାଣ୍ଡ। ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା।  ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା। ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ପ୍ରଥମେ ବିଜେ କରିଥିଲେ ଶ୍ରୀସୁଦର୍ଶନ। ସେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜିଥିଲେ। ଚକ୍ରରାଜ ସୁଦର୍ଶନଙ୍କ ପରେ ବଡ଼ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଝୁଲି ଝୁଲି ତାଳଧ୍ୱଜ ରଥକୁ ଆସିଥିଲେ ବଡ଼ ଠାକୁର। ଏହାପରେ ମା ସୁଭଦ୍ରାଙ୍କ ପହଣ୍ଡିରେ ଆସି ‌ଦର୍ପଦଳନ ରଥରେ ବିରାଜମାନ ହୋଇଥିଲେ।  ଶେଷରେ ପହଣ୍ଡିରେ ଆସି ଶ୍ରୀଜଗନ୍ନାଥ ନିଜର ନନ୍ଦିଘୋଷ ରଥରେ ବିରାଜମାନ କରିଛନ୍ତି।

    ବାହୁଡ଼ା ପହଣ୍ଡି ଶେଷ ପରେ ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସଂପନ୍ନ ହେବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ଶେଷ ପରେ ଜୁଲାଇ ୧୭ ତାରିଖରେ ସୁନାବେଶ, ୧୮ରେ ଅଧରପଣା ଓ ୧୯ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ