Sunday, March 22, 2026
21.2 C
Odisha

    ଆଦାନୀ ଗ୍ରୁପ ସହ ସଂପର୍କ ଅଭିଯୋଗ : ହିଣ୍ଡେନବର୍ଗ ରିପୋର୍ଟକୁ ସେବି ମୁଖ୍ୟଙ୍କ ଖଣ୍ଡନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୁଞ୍ଜି ବଜାର ନିୟାମକ ଭାରତୀୟ ନିରାପତ୍ତା ଓ ବିନିମୟ ବୋର୍ଡ (ସେବି)ର ମୁଖ୍ୟ ମାଧବୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧୱଲ ବୁଚ୍ ଶନିବାର କ୍ଷୁଦ୍ର ବିକ୍ରେତା ହିଣ୍ଡେନବର୍ଗଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରି କହିଛନ୍ତି ଯେ ସେମାନଙ୍କର ଆର୍ଥିକ କାରବାର ଏକ ଖୋଲା ପୁସ୍ତକ ପରି। ବୁଚ ଦମ୍ପତି ଏକ ବିବୃତିରେ କହିଛନ୍ତି ଯେ ଏହା ଦୁର୍ଭାଗ୍ୟଜନକ ଯେ ହିଣ୍ଡେନବର୍ଗ ରିସର୍ଚ୍ଚ, ଯାହା ବିରୋଧରେ ସେବି ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହାର ଜବାବ ଏପର୍ଯ୍ୟନ୍ତ ହିଣ୍ଡେନବର୍ଗ ପକ୍ଷରୁ ଦିଆଯାଇନାହିଁ , ବରଂ ତାଙ୍କ ଚରିତ୍ର ହନନ କରିବାକୁ ହିଣ୍ଡେନବର୍ଗ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି ।
    ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବୁଚ୍ ଦମ୍ପତି ସେମାନଙ୍କ ବୟାନରେ କହିଛନ୍ତି, ୨୦୨୪ ଅଗଷ୍ଟ ୧୦ ତାରିଖର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କରେ ଆମେ କହିବାକୁ ଚାହୁଁଛୁ ଯେ ଆମେ ରିପୋର୍ଟରେ ଆମ ବିରୋଧରେ କରାଯାଇଥିବା ସମସ୍ତ ଭିତ୍ତିହୀନ ଅଭିଯୋଗ ଏବଂ ଅପବାଦକୁ ଦୃଢ଼ତାର ସହ ଖଣ୍ଡନ କରୁଛୁ। ଆମ ଜୀବନ ଏବଂ ଆର୍ଥିକ କାରବାର ଏକ ଖୋଲା ପୁସ୍ତକ ପରି । ଗତ କିଛି ବର୍ଷ ମଧ୍ୟରେ ସମସ୍ତ ଆବଶ୍ୟକ ଆର୍ଥିକ ରେକର୍ଡ ସେବିକୁ ଉପଲବ୍ଧ ହୋଇସାରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ