Saturday, November 14, 2026
24.5 C
Odisha

    ମାଫିଆ ରାଜ୍ ହେବ ଶେଷ, ନୀତୀଶ ସରକାର ଆପଣେଇବେ ଯୋଗୀଙ୍କ ଆଇନ

    ଆଗକୁ ପଢନ୍ତୁ

    ପାଟନା: ବିହାରରେ ମାଫିଆ ରାଜ୍ ଶେଷ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ନୂଆ ଆଇନ ଆଣିବାକୁ ଯାଉଛନ୍ତି। ରାଜ୍ୟ ସରକାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଇନ ଲାଗୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ପୁଣିଥରେ ଏନଡିଏ ସରକାର ବିହାରରେ ଗଠନ ହେବା ପରେ ନୀତୀଶ ରାଜ୍ୟରେ ଦୁର୍ନୀତିର ମୂଳପୋଛ ପାଇଁ ବିଚାର କରୁଛନ୍ତି। ରାଜ୍ୟର ସରକାରୀ କାର୍ଯ୍ୟାଳୟରେ ହେଉଥିବା ବିଭିନ୍ନ ଦୁର୍ନୀତି ଏବଂ ମାଫିଆଙ୍କ ବିରୋଧରେ କଡ଼ା ଆଇନ ଆଣିବା ଲାଗି ସରକାର ପ୍ରସ୍ତୁତ ହେଉଛନ୍ତି।
    ନୂଆ ଆଇନ ଲାଗୁହେବା ପରେ ଦୁର୍ନୀତିକୁ ଗୁରୁତର ଅପରାଧ ବର୍ଗରେ ରଖାଯିବ। ଇତିମଧ୍ୟରେ କ୍ୟାବିନେଟ ବ‌ୈଠକରେ ଦୁର୍ନୀତି ଏବଂ ମାଫିଆ ରାଜ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବିତ ଆଇନକୁ ଅନୁମୋଦନ କରାଯାଇଛି। ଗୃହବିଭାଗ ପକ୍ଷରୁ ଯୋଜନାବଦ୍ଧ ଭାବେ ଏନେଇ କାର୍ଯ୍ୟଧାରା ପ୍ରସ୍ତୁତ କରାଯାଇଥିବା କୁହାଯାଉଛି।
    ନୂଆ ଆଇନ ଅନୁସାରେ ଦୁର୍ନୀତି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋଷୀ ସାବ୍ୟସ୍ତ ହେଲେ ୫ରୁ ୭ ବର୍ଷ ଜେଲ ଦଣ୍ଡାଦେଶ କରାଯିବ।
    ଏହା ସହିତ ଯାଞ୍ଚ୍ ଏଜେନ୍ସିଙ୍କୁ ସଶକ୍ତ କରାଯିବ। ସୂଚନଯୋଗ୍ୟ, ପୂର୍ବରୁ ରାଜ୍ୟର ଯାଞ୍ଚ୍ ଏଜେନ୍ସିଙ୍କୁ ବିସ୍ତୃତ ଅଧିକାର ପ୍ରଦାନ କରାଯାଇଛି। ଏବେ ନୂଆ ଆଇନ ପ୍ରଣୟନ ହେ‌ଲେ ଏହା ପୁଣି ବୃଦ୍ଧି ପାଇବ।
    ଏହି ପ୍ରସ୍ତାବକୁ ବିଧାନସଭାରେ ଆଗତ କରାଯିବ। ଏହାକୁ ବିଧାନସଭାର ଉଭୟ ଗୃହରେ ପାରିତ କରିବା ଲାଗି ସରକାର ପ୍ରସ୍ତୁତ ହେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    70 %
    0.8kmh
    7 %
    Sat
    22 °
    Sun
    27 °
    Mon
    28 °
    Tue
    27 °
    Wed
    25 °

    ସମ୍ବନ୍ଧିତ