Saturday, October 10, 2026
23.6 C
Odisha

    ଓଡ଼ିଶାରେ ଲୁଚିଛି ମହାଲକ୍ଷ୍ମୀଙ୍କ ହତ୍ୟାକାରୀ! ଧରିବାକୁ ଆସିଛନ୍ତି ୪ଟି ଟିମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କର୍ଣ୍ଣାଟକ ବେଙ୍ଗାଲୁରୁରେ ବହୁଚର୍ଚ୍ଚିତ ମହାଲକ୍ଷ୍ମୀଙ୍କ ହତ୍ୟା ଘଟଣାରେ ଗୁରୁତୁପୁର୍ଣ୍ଣ ସୂଚନା ଦେଇଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର | ସେ ଆଜି କହିଛନ୍ତି ଯେ ୨୯ ବର୍ଷ ବୟସ୍କା ମହିଳାଙ୍କ ନିର୍ମମ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଓଡିଶାରେ ଲୁଚିଥିବା ପୁଲିସ ସୂଚନା ପାଇଛି। ତାଙ୍କୁ ଧରିବା ଏବଂ ମାମଲାର ସମାଧାନ ପାଇଁ ଓଡିଶାକୁ ୪ଟି ଟିମ ପଠାଯାଇଛି।
    ଜି ପରମେଶ୍ୱର କହିଛନ୍ତି ଯେ ଆମେ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛୁ, କାରଣ ଏହି ହତ୍ୟା ସମଗ୍ର ବେଙ୍ଗାଲୁରୁକୁ ଥରାଇ ଦେଇଛି। ସେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବାବଦରେ ମଧ୍ୟ ପୁଲିସ ସୂଚନା ପାଇଛି। କୁହାଯାଉଛି ଯେ ସେ ବାରମ୍ବାର ସ୍ଥାନ ବଦଳାଉଛନ୍ତି | ଉଲ୍ଲେଖ ଥାଉ କି ମହାଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିଲା ଏବଂ ବେଙ୍ଗାଲୁରୁର ମଲେଶ୍ୱରମ ଅଞ୍ଚଳରେ ଥିବା ଏକ କୋଠାରେ ତାଙ୍କ ଶରୀରକୁ ୫୦ରୁ ଅଧିକ ଖଣ୍ଡରେ କାଟି ଦିଆଯାଇଥିଲା।

    ଏଗୁଡିକ ଏକ ଫ୍ରିଜରୁ ଉଦ୍ଧାର କରାଯାଇଥିଲା | ପରମେଶ୍ୱର କହିଛନ୍ତି ଯେ ତାଙ୍କୁ ଧରିବା ପରେ ଆମେ ଅଧିକ ସୂଚନା ପାଇବୁ | ଦୁଇ-ତିନି ଜଣଙ୍କୁ ଅଟକ ରଖାଯାଇଛି, କିନ୍ତୁ ଉପଲବ୍ଧ ପ୍ରମାଣ ଏବଂ ସୂଚନାକୁ ଆଧାର କରି ଓଡିଶାର ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ