Saturday, October 10, 2026
23.6 C
Odisha

    କୋରାପୁଟରେ ଖରିଫ ଆଳୁ ଚାଷ; ବିହାରର ଟିମ୍‌ କଲେ ପ୍ରଶଂସା

    ଆଗକୁ ପଢନ୍ତୁ

    ଖରିଫ ଋତୁରେ କୋରାପୁଟ ଜିଲ୍ଲାରେ ହେଉଥିବା ବ୍ୟାପକ ଆଳୁ ଚାଷର ସଫଳତାକୁ ଦେଖି ବିହାରର ନାଳନ୍ଦା ଜିଲ୍ଲାର ଦଶ ଜଣ ବିଶିଷ୍ଟ ଆଳୁ ଚାଷୀ ଏଠାକାର ଆଦିବାସୀ ଚାଷୀ ଓ ଚାଷ ପ୍ରଣାଳୀର ଭୂୟଶୀ ପ୍ରସଂଶା କରିଛନ୍ତି। ମଙ୍ଗଳବାର ଦିନ ଇଣ୍ଟରନେସନାଲ ପୋଟାଟୋ ସେଣ୍ଟରର ସହଯୋଗରେ କୋରାପୁଟ ଜିଲ୍ଲାର ଲମତାପୂଟ ବ୍ଲକ ଅନ୍ତର୍ଗତ ପାଲିବା ଠାରେ କୋରାପୁଟ ଫାର୍ମରସ ଆସୋସିଏସନ ନେତୃତ୍ବରେ ସ୍ଥାନୀୟ ଚାଷୀ ମାନେ ପାହାଡ଼ ତଳିଆ ଜମିରେ କରିଥିବା ଖରିଫ ଆଳୁ ଚାଷର ସଫଳତାକୁ ଦେଖିବାକୁ ଆସି ପ୍ରାକୃତିକ ପ୍ରକୋପକୁ ସାମନା କରି ଯେଉଁଭଳି ଭାବେ ସ୍ଥାନୀୟ ଚାଷୀ ଆଳୁ ଚାଷ କରିବାରେ ସଫଳ ହୋଇଛନ୍ତି ତାହା ସେମାନେ ଦେଖିଛନ୍ତି।

    ଚାଷୀ ସମୁହଙ୍କ ନେତୃତ୍ବ ନେଉଥିବା ବିହାରର ଜଣେ ବିଶିଷ୍ଟ ଆଳୁଚାଷୀ ଅଶୋକ କୁମାରଙ୍କ କହିବା ଅନୁଯାୟୀ ରାସାୟନିକ ସାରର ସ୍ୱଳ୍ପ ବ୍ୟବହାର ଯୋଗୁଁ କୋରାପୁଟ ମାଟିରେ ବର୍ତମାନ ମଧ୍ୟ ପ୍ରକୃତି ଦତ୍ତ ଉର୍ବରତା ବଞ୍ଚି ରହିଛି। ବିହାରରେ ଆଳୁ ଚାଷୀଙ୍କ ଦ୍ବାରା କରାଯାଉଥିବା ଆଳୁ ଚାଷ ଠାରୁ ଉତ୍ପାଦର ପରିମାଣ ତିନି ଚାରିଗୁଣ କମ। ତଥାପି ବିହାରର ଚାଷୀଙ୍କ ଠାରୁ ପାଞ୍ଚଗୁଣ କମ ରାସାୟନିକ ସାର ବ୍ୟବହାର କରୁଥିବା ଯୋଗୁଁ, ସୁସ୍ଥ ଆଳୁ ଉତ୍ପାଦନ କରିବାରେ ସମର୍ଥ ହୋଇପାରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି।

    ତେବେ ବିହାରର ଚାଷୀମାନେ ବ୍ୟବହାର କରୁଥିବା ବିଭିନ୍ନ ଚାଷୋପଯୋଗୀ ଆଧୁନିକ ଯନ୍ତ୍ରପାତି ଭଳି କୋରାପୁଟ ଚାଷୀଙ୍କୁ ମଧ୍ୟ ସୁବିଧା ଯୋଗାଇଦିଆଗଲେ ତାକୁ ବ୍ୟବହାର କରି ନିଜ ଶାରୀରିକ ପରିଶ୍ରମକୁ ଲାଘବ କରି ଉନ୍ନତ ମାନର ଚାଷ କରିପାରିଥାନ୍ତେ ବୋଲି ଅଶୋକକୁମାର ଆଶା ପ୍ରକଟ କରିଛନ୍ତି।

    କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଜିଲ୍ଲାର ୬୫୦ ଜଣ ଚାଷୀଙ୍କୁ ଇଣ୍ଟରନେସନାଲ ପୋଟାଟୋ ସେଣ୍ଟର ଦ୍ବାରା ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରାଯିବା ସହ ରିହାତି ଦରରେ ଆଳୁ ବିହନ ଯୋଗାଇ ଦିଆଯାଉଛି ବୋଲି ଏହାର ରାଜ୍ୟ ସ୍ତରୀୟ ମୁଖ୍ୟ ପ୍ରକଳ୍ପ ପରିଚାଳକ ସାହିଦ ଅଲି ସୂଚନା ଦେଇଛନ୍ତି। ଗତ ପାଞ୍ଚ ବର୍ଷ ଧରି ସଂସ୍ଥା ତରଫରୁ ରିହାତି ମୂଲ୍ୟରେ ସୁଦୂର ପଞ୍ଜାବରୁ ଉନ୍ନତମାନର କୁଫରି ଜ୍ୟୋତି ଓ କୁଫରି ହିମାଳିନୀ ବିହନ ଯୋଗାଇ ସ୍ଥାନିୟ ଆଦିବାସୀ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଶକ୍ତ କରିବାରେ ସହାୟକ ହୋଇଥିବା ସଂସ୍ଥାରେ କନିଷ୍ଠ ଗବେଷକ ଭାବେ କାମ କରୁଥିବା ରଞ୍ଜନ କୁମାର ସାହୁ ଜଣାଇଛନ୍ତି।
    ଚଳିତ ବର୍ଷ ସଂସ୍ଥାର ସହାୟତାରେ କୋରାପୁଟ ଜିଲ୍ଲାର ୬୭୫ ଜଣ ଚାଷୀ ଆଳୁଚାଷ କରିବାରେ ସକ୍ଷମ ହୋଇଛନ୍ତି। ବର୍ତମାନ ସେମିଳିଗୁଡ଼ାରେ ଏଆରସି ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଉଥିବା ଆଳୁ ଚାରା ଏଠାକାର ଚାଷୀଙ୍କୁ ଦେବା ଆରମ୍ଭ କରାଯାଇଛି। ଭବିଷ୍ୟତରେ ଏହି କେନ୍ଦ୍ର ଓଡ଼ିଶାର ଆଳୁ ବିହନ ସମସ୍ୟାକୁ ସମାଧାନ କରିବ ବୋଲି ଶ୍ରୀ ସାହୁ ଆଶାବ୍ୟକ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ