Tuesday, March 31, 2026
27.4 C
Odisha

    ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମାହାଙ୍ଗା ବିଧାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ। ପୂର୍ବ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଥିବାରୁ ତାଙ୍କ ଘରକୁ ପିଇବା ପାଇଁ ପାଣି ସଂଯୋଗ କରିନଥିଲେ। ତାଙ୍କ ଘର ଏପର୍ଯ୍ୟନ୍ତ ପାଣି ସଂଯୋଗରୁ ବଞ୍ଚିତ ରହିଛି। ନିଜ ଘରେ ପାଣିର ଦୁରବସ୍ଥାକୁ ନେଇ ଦୃଷ୍ଟି ଆକର୍ଷଣ କଲେ, ମୋ ଘରକୁ ସମସ୍ତ ବିଧାୟକଙ୍କୁ ଆସି ବାସ୍ତବତା ପରଖନ୍ତୁ ବୋଲୁ ନିବେଦନ କଲେ। ମାହଙ୍ଗା ବିଧାୟକଙ୍କ ଘରେ ମିଳୁନି ପାଣି, ବିଧାୟକ ଘରେ ଥିବା ପାଣିରେ ଡାଲି ସିଝୁନି। ଦୁଇ କିଲୋମିଟର ଦୂରରୁ ମୋ ଘରକୁ ପାଣି ଆସୁଛି। ପୂର୍ବତନ ବିଧାୟକ ତଥା ମନ୍ତ୍ରୀଙ୍କ ବିରୁଦ୍ଧରେ ମୁଁ ପ୍ରାର୍ଥୀ ଥିଲି ତେଣୁ ମୋ ଘରକୁ ପାଣି ଦିଆଯାଇନାହିଁ। ଗୃହର ସମସ୍ତ ସଦସ୍ୟ ମୋ ଗାଁକୁ ଆସନ୍ତୁ।

    ତାଙ୍କ ଦଳ ଲୋକଙ୍କ ଘର ପାଖରେ ଲକ୍ ରହୁଛି ତେଣୁ ସେମାନେ ପାଣି ଛାଡ଼ୁନାହାନ୍ତି। ୬ ମାସ ଭିତରେ ବାଚସ୍ପତି ଓ ସବୁ ବିଧାୟକ ଯିବେ ମୋ ଘରକୁ ଯଦି ପାଣି ପିଇ ପାରିବେ କହିବେ। ସମସ୍ତଙ୍କୁ ନେଇକି ଯିବି ଭଲ ଖାଇବାକୁ ଦେବି, କିନ୍ତୁ ସେ ପାଣିରେ ଡାଲି ସିଝୁନି ବୋଲି ଉଦବେଗ ପ୍ରକାଶ କଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ। ଏପଟେ ବିଭାଗୀୟ ମନ୍ତ୍ରୀ ରବି ନାୟକ ଉତ୍ତର ରଖି କହିଛନ୍ତି, ଡିସେମ୍ବରରେ ବିଧାୟକଙ୍କ ଘରକୁ ପାଣି ଯିବ ଏବଂ ସେ ଡାଲି ଭାତର ଆୟୋଜନ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ