Monday, July 14, 2025
27.9 C
Odisha

    ସମୁଦ୍ରରେ ସ୍ନାନ ପରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ ହୃଷିକେଶ ଭୋଇ

    ଆଗକୁ ପଢନ୍ତୁ

    ଧନୁଯାତ୍ରା ସାରି ପୁରୀରେ ପହଞ୍ଚିିଛନ୍ତି ମହାରାଜ କଂସ । ମହୋଦଧିରେ ପାପ ଧୋଇଛନ୍ତି କଂସ ଭୂମିକାରେ ଅଭିନୟ କରିବା ଥିବା ହୃଷିକେଶ ଭୋଇ । ଧନୁଯାତ୍ରାରେ ଭଗବାନ କୃଷ୍ଣଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ମହୋଦଧୀରେ ସ୍ନାନ କରିବା ପରେ ଶ୍ରୀମନ୍ଦିରରେ ପହଂଚିଥିଲେ । ଶ୍ରୀଜିଉଙ୍କ ସାମ୍ନାରେ ସାଷ୍ଟାଙ୍ଗ ପ୍ରଣିପାତ କରି ପଶ୍ଚାତାପ କରିଛନ୍ତି ହୃଷିକେଶ ଭୋଇ । ଗତକାଲି ଥିଲା ଧନୁଯାତ୍ରାର ଶେଷ ଦିନ । କଂଶ ବଧ ସହ ଉଦଯାପିତ ହୋଇଛି ୭୬ ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଅନ୍ତିମ ଦିବସରେ କୃଷ୍ଣ ବଳରାମଙ୍କ ଦ୍ୱାରା କୁବଳୟା ହସ୍ତୀ, ଚାଣୁର-ମୁଷ୍ଟିକ, ଶିବଧନୁ ଭଙ୍ଗ ସହ କଂସ ବଧ ହୋଇଥିଲା । ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ୧୧ ଦିନ ଧରି ଚାଲିଥିବା ଏହି ମହାନାଟକ ଶେଷ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    78 %
    1.2kmh
    100 %
    Mon
    28 °
    Tue
    32 °
    Wed
    31 °
    Thu
    31 °
    Fri
    32 °

    ସମ୍ବନ୍ଧିତ