Friday, September 20, 2024
30.1 C
Odisha

    ବ୍ୟବହାର କରନ୍ତୁ କ୍ଷୀରରେ ତିଆରି ଏହି ୩ଟି ଫେସ୍‌ ପ୍ୟାକ୍‌, ଫେରି ପାଇବେ ସ୍କିନ୍‌ର ହଜିଯାଇଥିବା ଚମକ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ଲୋକମାନେ ଅନେକ ପ୍ରକାରର ସ୍କିନ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏପରି ପରିସ୍ଥିତିରେ ସ୍କିନ୍‌ ର କିପରି ଯତ୍ନ ନେବେ ଜାଣିପାରନ୍ତି ନାହିଁ । ଯଦି ଆପଣ ମଧ୍ୟ ନିଜ ସ୍କିନ୍‌ର ହଜିଯାଇଥିବା ଚମକକୁ ଫେରାଇ ଆଣିବାକୁ ଚାହୁଁଛନ୍ତି, ତେବେ ଆପଣ ସ୍କିନ୍‌ରେ କ୍ଷୀର ସହିତ ଏହି ୩ଟି ଜିନିଷ ବ୍ୟବହାର କରିପାରିବେ । କ୍ଷୀରରେ ଅନେକ ଔଷଧୀୟ ଗୁଣରେ ଭରପୂର ରହିଥାଏ । କ୍ଷୀରରୁ ନିର୍ମିତ କିଛି ଫେସ୍ ପ୍ୟାକ୍ ଆପଣଙ୍କ ସ୍କିନ୍‌କୁ ଭଲ ରଖିବାରେ ସହାୟକ କରିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ କ୍ଷୀରରେ ଏହି ୩ଟି ଫେସ୍‌ ପ୍ୟାକ୍‌ କିପରି ତିଆରି କରିବା ।

    କ୍ଷୀର ଏବଂ ହଦି :
    ଉଭୟ କ୍ଷୀର ଏବଂ ଦହିରେ ମିଳୁଥିବା ଉପାଦାନଗୁଡିକ ଆପଣଙ୍କ ସ୍କିନ୍‌ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ସେଥିପାଇଁ ଏକ ପାତ୍ରରେ ୨ ଚାମଚ କ୍ଷୀର ଏବଂ ୧ ଚାମଚ ହଦି ମିଶ୍ରଣ କରି ଆପଣ ସହଜରେ ଘରେ ଏକ ପ୍ରାକୃତିକ ଫେସ୍‌ ପ୍ୟାକ୍ ତିଆରି କରିପାରିବେ । ଏହି ଫେସ୍ ପ୍ୟାକ୍‌କୁ ଆପଣଙ୍କ ମୁହଁ ଏବଂ ବେକରେ ଭଲ ଭାବରେ ଲଗାନ୍ତୁ ଏବଂ ପ୍ରାୟ ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରନ୍ତୁ ଦେଖିବେ ଆପରଙ୍କ ସ୍କିନ୍‌ ର ଅନେକ ପ୍ରକାରର ସମସ୍ୟା ଦୂର ହୋଇଯିବ ।

    କ୍ଷୀର ଏବଂ ବେସନ :
    ସ୍କିନ୍‌ର ଚମକ ବଢାଇବା ପାଇଁ, ଆପଣ ଗୋଟିଏ ଚାମଚ ବେସନକୁ ଦୁଇ ଚାମଚ କ୍ଷୀରରେ ମିଶାଇ ଆପଣଙ୍କ ମୁହଁରେ ଲଗାଇ ପାରିବେ । କ୍ଷୀର ଏବଂ ବେସନର ମିଶ୍ରଣ ଆପଣଙ୍କ ସ୍କିନ୍‌ର ହଜିଯାଇଥିବା ଚମକକୁ ଫେରାଇ ଆଣିବାରେ ପ୍ରଭାବଶାଳୀ ହୋଇପାରେ । ଏହାକୁ ଲଗାଇବା ପାରେ ମାତ୍ର ୨୦ ମିନିଟ୍ ପରେ ମୁହଁ ଧୋଇ ଦିଅନ୍ତୁ ।

    କ୍ଷୀର ଏବଂ ମହୁ :
    ଏହି ଫେସ୍‌ ପ୍ୟାକ୍‌ ତିଆରି କରିବା ପାଇଁ ଏକ ପାତ୍ରରେ ୨ ଚାମଚ କ୍ଷୀର ଏବଂ ଗୋଟିଏ ଚାମଚ ମହୁକୁ ଭଲ ଭାବରେ ମିଶାନ୍ତୁ । ଏହି ମିଶ୍ରଣକୁ ପ୍ରାୟ ୧୫ ରୁ ୨୦ ମିନିଟ୍ ପାଇଁ ମୁହଁରେ ଲାଗାନ୍ତୁ ଏବଂ ତା’ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । କ୍ଷୀର ଏବଂ ମହୁରେ ନିର୍ମିତ ଏହି ଫେସ୍‌ ପ୍ୟାକ୍ ସାହାଯ୍ୟରେ, ଆପଣ ନିଜ ସ୍କିନ୍‌ର ଚମକ ବଢାଇ ପାରିବେ ।

    ସେଥିପାଇଁ ଯେଉଁମାନେ ନିଜ ସ୍କିନ୍‌ର ଚମକ ବଢାଇବା ପାଇଁ ଚେଷ୍ଟ କରୁଛନ୍ତି ଏବଂ ଅନ୍ୟାନ୍ୟ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି । ସେମାନେ ଏହି ୩ଟି ଫେସ୍‌ ପ୍ୟାକ୍‌ ବ୍ୟବହାର କରିପାରିବେ । କିନ୍ତୁ ଏହି ଫେସ୍‌ ପ୍ୟାକ୍‌ ବ୍ୟବହାର କରିବା ପୂର୍ବରୁ ଆପଣ ଗୋଟିଏ ଥର ପ୍ୟାଚ୍‌ ଟେଷ୍ଟ କରନ୍ତୁ । ଯଦି ଆପଣଙ୍କୁ ଏଥିରୁ କୌଣସି ସମସ୍ୟା ହେଉଛି, ତାହେଲେ ଏହାକୁ ବ୍ୟବହାର କରିବା ପୂର୍ବରୁ ଗୋଟିଏ ଥର ଡାକ୍ତରଙ୍କ ମତ ନିଅନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    72 %
    1.2kmh
    37 %
    Fri
    31 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ