Monday, March 23, 2026
22 C
Odisha

    ମଲାଇକା ପିନ୍ଧିଲେ ଏତେ ଶସ୍ତା ଟି-ସାର୍ଟ ଯେ ଆପଣ ବି ସହଜରେ ପିନ୍ଧିପାରିବେ

    ଆଗକୁ ପଢନ୍ତୁ

    ମୁମ୍ବାଇ: ମଡେଲ୍‌ ତଥା ଅଭିନେତ୍ରୀ ମଲାଇକା ଆରୋରା ଅଧିକାଂଶ ସମୟ‌ରେ ମହଙ୍ଗା ପୋଷାକରେ ନଜର ଆସିଥାନ୍ତି। ସେ ସର୍ବଦା ଡିଜାଇନର୍‌ ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି, ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହୋଇଥ‌ାଏ। ହେଲେ ନିକଟରେ ସେ ପିନ୍ଧିଥିବା ଏକ ପୋଷାକର ମୂଲ୍ୟ ଏତେ କମ୍‌ ଯେ ଯାହାକୁ ସାଧାରଣ ଲୋକ ବି ପିନ୍ଧିପାରିବେ। ମଲାଇକା ଜଣେ ଟି-ସାର୍ଟ ପୋଷାକ ପ୍ରେମୀ। ତାଙ୍କୁ ଆପଣ ପୂର୍ବରୁ ଅନେକ ଥର ଟି-ସାର୍ଟରେ ଦେଖିଥିବେ। ଏଥର ବି ତାଙ୍କୁ ଏକ ଧଳା ଟି-ସାର୍ଟରେ ଦେଖିବାକୁ ମିଳିଛି। ଯାହାର ମୂଲ୍ୟ ମାତ୍ର ୪,୯୦୦ ଟଙ୍କା। ଧଳା ରଂଗର ଟି-ସାର୍ଟ ସହ ମଲାଇକା ଲେଦର୍‌ ବୁଟ୍‌ ଓ ପର୍ସରେ ନିଜ ଲୁକ୍‌କୁ ପୂରା କରିଛନ୍ତି। ନୋ-ମେକଅପ୍ ଲୁକ୍‌ରେ ମଲାଇକା ବେଶ୍‌ ଆକର୍ଷଣୀୟ ଦିଶୁଛନ୍ତି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ମଲାଇକା ପିନ୍ଧିଥିବା ବୁଟ୍‌ର ମୂଲ୍ୟ ୭୬୮ ଡଲାର୍‌ (ଭାରତୀୟ ମୁଦ୍ରାରେ ୬୩,୯୩୨ ଟଙ୍କା)। ସିନେ ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ଟକ୍‌ ସୋ’ ‘କଫି ଉଇଥ୍‌ କରଣ’ରେ ନିକଟରେ ଯୋଗ ଦେଇଥିଲେ ମଲାଇକାଙ୍କ ପ୍ରେମିକ ଅଭିନେତା ଅର୍ଜୁନ କପୁର। ଏହି ସୋ’ରେ କରଣ ଅର୍ଜୁନଙ୍କୁ ତାଙ୍କ ପ୍ରେମିକା ମଲାଇକାଙ୍କ ପ୍ରସଂଗରେ ପ୍ରଶ୍ନ କରିଥିଲେ। ପ୍ରଶ୍ନଟି ସେମାନଙ୍କ ଭବିଷ୍ୟତକୁ ନେଇ ଥିଲା। ସେମାନେ ଦୁହେଁ ଆଗକୁ ଆଉ କେଉଁ ପଦକ୍ଷେପ ନେବେ ବୋଲି ପ୍ରଶ୍ନ କରିଥିଲେ କରଣ। ଯାହାର ଉତ୍ତରରେ ଏକଦମ ସୁନ୍ଦର ଜବାବ ଦେଇଥିଲେ ଅର୍ଜୁନ କପୁର୍‌। ଦୁଇ ଜଣଙ୍କ ଜୀବନର ନିଷ୍ପତ୍ତି ସେ ଏକାକୀ କେମିତି ନେଇପାରିବେ ବୋଲି ଉତ୍ତରରେ କହିଥିଲେ ଅର୍ଜୁନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    34 %
    1.4kmh
    1 %
    Sun
    22 °
    Mon
    33 °
    Tue
    36 °
    Wed
    38 °
    Thu
    39 °

    ସମ୍ବନ୍ଧିତ