Friday, September 20, 2024
24.1 C
Odisha

    ହୃଦ୍‌ଘାତରେ ଲୋକପ୍ରିୟ ଅଭିନେତା ନିର୍ମଳ ବେନିଙ୍କ ପରଲୋକ

    ଆଗକୁ ପଢନ୍ତୁ

    ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆସିଲା ଦୁଃଖଦ ଖବର । ମାଲାୟାଲମ୍ ଚଳଚ୍ଚିତ୍ର ଅଭିନେତା ନିର୍ମଳ ବେନିଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି । ନିର୍ମାତା ସଞ୍ଜୟ ପଡିୟୁର ନିର୍ମଳ ବେନିଙ୍କ ଦେହାନ୍ତ ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଲିଜୋ ଜୋସ୍‌ ପେଲିସରିଙ୍କ ଫିଲ୍ମ ‘ଆମେନ୍’ରେ କୋଚନ ଚରିତ୍ରରେ ଅଭିନୟ କରି ବେନି ଘରେ ଘରେ ଲୋକପ୍ରିୟ ହୋଇଥିଲେ । ଏହି ଭୂମିକା ପାଇଁ ଲୋକଙ୍କ ମଧ୍ୟରେ ସେ ଜଣାଶୁଣା ଥିଲେ ।

    ଅଭିନେତାଙ୍କ ନିଧନ ଖବର ଶୁଣି ତାଙ୍କ ପ୍ରଶଂସକ ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀର ଲୋକମାନେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ତାଙ୍କ ମୃତ୍ୟୁରେ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ସୋସିଆଲ ମିଡିଆରେ ବେନିଙ୍କ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରୁଛନ୍ତି ।

    ନିର୍ମଳ ବେନି ଜଣେ ହାସ୍ୟ ଅଭିନେତା ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ୟୁଟ୍ୟୁବ୍ ଭିଡିଓ ଏବଂ ଷ୍ଟେଜ୍ ପ୍ରଦର୍ଶନ ଜରିଆରେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା । ୨୦୧୨ରେ ‘ନବଗାଥାର୍କୁ ସ୍ୱାଗତମ୍‌’ରୁ ସେ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ ।

    ନିଜର କ୍ୟାରିୟର ଭିତରେ ବେନି ୫ଟି ଚଳଚ୍ଚିତ୍ରରେ କାମ କରିଛନ୍ତି । ସେଥିମଧ୍ୟରୁ ସବୁଠାରୁ ଲୋକପ୍ରିୟ ହୋଇଥିଲା ‘ଆମେନ୍’ ଓ ‘ଡୁରମ୍‌’ । ଆମେନ୍‌ ଏକ କମେଡି-ଡ୍ରାମା ଫିଲ୍ମ । ଏହାକୁ ଲିଜୋ ଜୋସ୍‌ ପେଲିସରି ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ