Sunday, October 4, 2026
24.3 C
Odisha

    ସ୍ତ୍ରୀ ଓ ପୁତୁରାକୁ ହାଣିଲା ଯୁବକ

    ଆଗକୁ ପଢନ୍ତୁ

    ବ୍ରହ୍ମଗିରି: ସ୍ତ୍ରୀ ଓ ପୁତୁରାକୁ ହାଣିଲା ଯୁବକ। ସଂକଟାପନ୍ନ ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ଗୁଣ୍ଡିଚା ପ୍ରଧାନ ତାଙ୍କ ସ୍ତ୍ରୀ ବିଳାସିନୀ ପ୍ରଧାନ ଓ ପୁତୁରା ଚିରଞ୍ଜୀବୀ ପ୍ରଧାନ(୬ ମାସ)କୁ କଟୁରିରେ ହାଣିଛି। ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିବା ନେଇ ବ୍ରହ୍ମଗିରି ଥାନା ଆଇଆଇସି ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତକୁ ଗାଁ ଲୋକେ ଧରି ପୁଲିସର ଜିମା ଦେଇଥିଲେ। ପୁଲିସ କଟୁରିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏଯାଏ କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ କଳହରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ