Saturday, May 30, 2026
24.4 C
Odisha

    ପିପିଲି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଡେଲାଙ୍ଗ ପିପିଲି ଅଞ୍ଚଳ ହେଉଛି ଐତିହ୍ୟ ସଂପନ୍ନ ସ୍ଥଳ। ବିଶ୍ଵ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ଏଠାରେ ହୋଇଛି। ଏଠିକାର ବୀର ନାଗା ନାଚ ଅତ୍ୟନ୍ତ ଚିତ୍ତାକର୍ଷକ। ଏଠାରେ ମଧ୍ୟ ଅନେକ କାଳରୁ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର, ବଳଙ୍ଗା ଓ ଓଡ଼ିଶାର ସବୁଠାରୁ ବଡ଼ ଗାଁ ଘୋରଡିଆର ଦୟଣାଚୋରି ମେଳଣ ଅନୁଷ୍ଠିତ ହୋଇଆସୁଅଛି। ତେଣୁ ଏପରି ଐତିହ୍ୟ ସଂପନ୍ନ ସ୍ଥଳର ଶିଳ୍ପୀ ଓ କାରୀଗର ମାନଙ୍କ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ। ଗତକାଲି ସନ୍ଧ୍ୟାରେ ପିପିଲି ନିକଟସ୍ଥ ଅଲାରପୁର ଠାରେ ସ୍ଥାନୀୟ ହରଦୂର୍ଗା କ୍ଲବ୍‌ ପକ୍ଷରୁ ଆୟୋଜିତ କୁମାର ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
    ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ଆପଣମାନେ ଓଡ଼ିଶାର ଶାସନ ଦାୟିତ୍ଵ ଭାରତୀୟ ଜନତା ପାର୍ଟିକୁ ଦେଇଛନ୍ତି। ପିପିଲି ଅଞ୍ଚଳକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ କେବଳ ହିଂସା ଓ ଅରାଜକତାରେ ଭରି ଦେଇଥିଲେ। ଆମ ସରକାର ଏଭଳି ମାନସିକତା ରଖିଥିବା ବ୍ୟକ୍ତିଙ୍କୁ ନିନ୍ଦା କରେ। ଏହି ମହାନ୍ ଭୂମି ଜଗନ୍ନାଥ ସଂସ୍କୃତି ସହିତ ସଂପୃକ୍ତ ହୋଇ ପୂତ ଓ ପବିତ୍ର ଅଟେ। ଏହି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
    ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିପିଲି କଥା ମନକୁ ଆସିଲେ ଏକ ସୁନ୍ଦର ପ୍ରତିଛବି ଆଖି ସାମ୍ନାକୁ ଆସିଯାଏ। କେତେ ସୁନ୍ଦର ସୁନ୍ଦର ଚାନ୍ଦୁଆ ତିଆରି କରନ୍ତି ଆପଣ ମାନେ। ଆପଣଙ୍କ ହାତ ତିଆରି ଚାନ୍ଦୁଆ ଏତେ ସୁନ୍ଦର ଯେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ସେସବୁକୁ ଭଲ ପାଆନ୍ତି। ରଥଯାତ୍ରା ବେଳେ, ତିନି ରଥକୁ ଆପଣ ମାନେ ହିଁ ସଜେଇ ଥାନ୍ତି। ଅଦ୍ଭୁତ ଆପଣଙ୍କ କଳା କୌଶଳ! ମୁଁ ଏଠାକାର ଶିଳ୍ପୀମାନଙ୍କୁ ପ୍ରଣାମ କରୁଛି। ଆପଣ ମାନଙ୍କୁ ବୃହତ୍ ବଜାର ଯୋଗାଇବା ସହିତ, ଆପଣଙ୍କ କଳା ନିପୁଣତାକୁ ସମ୍ମାନ ଜଣାଇବା ପାଇଁ ଆମେ ନିରନ୍ତର ଚେଷ୍ଟା କରିବୁ ବୋଲି ସେ କହିଥିଲେ। ଏଥି ସହିତ ଜିଲ୍ଲା ରେ ପର୍ଯ୍ୟଟନ ର ବିକାଶ ପାଇଁ ପିପିଲି ଟୋଲ୍ ପ୍ଲାଜା ନିକଟ ରେ ପରିବେଶ ପର୍ଯ୍ୟଟନ କ୍ଷେତ୍ର ର ବିକାଶ କରାଯିବ, ବେରଵୋଇ ଗାନ୍ଧୀ ସ୍ମୃତି ପୀଠର ବିକାଶ ହେବ,ପ୍ରସିଦ୍ଧ ବିଶ୍ଵନାଥ ମନ୍ଦିରର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ରହିଛି ଏବଂ ପିପିଲି ଚାନ୍ଦୁଆ ପ୍ରକଳ୍ପ ଓ ପରିବେଶ ପର୍ଯ୍ୟଟନ କ୍ଷେତ୍ରର ବିକାଶ କାର୍ଯ୍ୟ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ସେ କହିଛନ୍ତି।
    ଜିଲ୍ଲାର ଚାଷୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆଗମୀ ଦିନରେ ଉତ୍ତରାୟିଣୀ ଶୀତଳ ଭଣ୍ଡାରକୁ ଏକ ବୃହତ୍ ଶୀତଳ ଭଣ୍ଡାରରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

    ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିପିଲି କଥା ମନକୁ ଆସିଲେ ଏକ ସୁନ୍ଦର ପ୍ରତିଛବି ଆଖି ସାମ୍ନାକୁ ଆସିଯାଏ। କେତେ ସୁନ୍ଦର ସୁନ୍ଦର ଚାନ୍ଦୁଆ ତିଆରି କରନ୍ତି ଆପଣ ମାନେ। ଆପଣଙ୍କ ହାତ ତିଆରି ଚାନ୍ଦୁଆ ଏତେ ସୁନ୍ଦର ଯେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ସେସବୁକୁ ଭଲ ପାଆନ୍ତି। ରଥଯାତ୍ରା ବେଳେ, ତିନି ରଥକୁ ଆପଣ ମାନେ ହିଁ ସଜେଇ ଥାନ୍ତି। ଅଦ୍ଭୁତ ଆପଣଙ୍କ କଳା କୌଶଳ! ମୁଁ ଏଠାକାର ଶିଳ୍ପୀମାନଙ୍କୁ ପ୍ରଣାମ କରୁଛି। ଆପଣ ମାନଙ୍କୁ ବୃହତ୍ ବଜାର ଯୋଗାଇବା ସହିତ, ଆପଣଙ୍କ କଳା ନିପୁଣତାକୁ ସମ୍ମାନ ଜଣାଇବା ପାଇଁ ଆମେ ନିରନ୍ତର ଚେଷ୍ଟା କରିବୁ ବୋଲି ସେ କହିଥିଲେ। ଏଥି ସହିତ ଜିଲ୍ଲା ରେ ପର୍ଯ୍ୟଟନ ର ବିକାଶ ପାଇଁ ପିପିଲି ଟୋଲ୍ ପ୍ଲାଜା ନିକଟ ରେ ପରିବେଶ ପର୍ଯ୍ୟଟନ କ୍ଷେତ୍ର ର ବିକାଶ କରାଯିବ, ବେରଵୋଇ ଗାନ୍ଧୀ ସ୍ମୃତି ପୀଠର ବିକାଶ ହେବ,ପ୍ରସିଦ୍ଧ ବିଶ୍ଵନାଥ ମନ୍ଦିରର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ରହିଛି ଏବଂ ପିପିଲି ଚାନ୍ଦୁଆ ପ୍ରକଳ୍ପ ଓ ପରିବେଶ ପର୍ଯ୍ୟଟନ କ୍ଷେତ୍ରର ବିକାଶ କାର୍ଯ୍ୟ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ସେ କହିଛନ୍ତି।
    ଜିଲ୍ଲାର ଚାଷୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆଗମୀ ଦିନରେ ଉତ୍ତରାୟିଣୀ ଶୀତଳ ଭଣ୍ଡାରକୁ ଏକ ବୃହତ୍ ଶୀତଳ ଭଣ୍ଡାରରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

    ଶରତ ଋତୁକୁ ଓଡ଼ିଶାରେ ପାର୍ବଣ ଋତୁ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସମୟରେ ଦୂର୍ଗାପୂଜା ଠାରୁ ଆରମ୍ଭ କରି କୁମାର ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥାଏ। ଏହି ଅବସରରେ ଚାନ୍ଦ ପୂଜା ସହିତ ମା ଗଜଲକ୍ଷ୍ମୀଙ୍କର ପୂଜା ମଧ୍ୟ କରାଯାଇଥାଏ। ପ୍ରତ୍ୟେକ ପର୍ବ, ପ୍ରକୃତି ଓ ଐଶ୍ୱରୀୟ ଶକ୍ତିଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ମୁହୂର୍ତ୍ତ ବୋଲି ମତ ଦେଇ ଓଡ଼ିଶାରେ ବାର ମାସରେ ତେର ଯାତ ଅନୁଷ୍ଠିତ ହୁଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦୁର୍ଗାପୂଜା ଠାରୁ କାଳୀ ପୂଜା ଓ ଦୀପାବଳି ପର୍ଯ୍ୟନ୍ତ ସମୟ ଆମ ସମସ୍ତଙ୍କ ପାଇଁ ସବୁଠାରୁ ବଡ ଆନନ୍ଦମୟ ଓ ସ୍ଵର୍ଗୀୟ ବୋଲି ସେ ମତ ଦେଇଥିଲେ।

    କୁମାର ଉତ୍ସବ ଜରିଆରେ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ହର ଦୁର୍ଗା ୟୁଥ୍ କ୍ଳବର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଏହି ଅବସରରେ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଲୋକଙ୍କ ସୁବିଧା ଅସୁବିଧା ପ୍ରତି ସମ୍ବେଦନଶୀଳ ହୋଇ କାମ କରୁଛି। ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛି। ତେଣୁ ଖୁବ କମ୍‌ ସମୟ ମଧ୍ୟରେ ଆମର ନୂଆ ସରକାର ଲୋକଙ୍କ ସରକାର ଭାବେ ସୁନାମ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଲୋକଙ୍କ ସହିତ ରହି ସେମାନଙ୍କ ଭରସା ଜିତିବା ଗଣତନ୍ତ୍ରରେ ସବୁଠାରୁ ବଡ଼ ଆବଶ୍ୟକତା ବୋଲି ସେ ମତ ଦେଇଥିଲେ।

    ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ବେଳେ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦିଅନ୍ତି, କିଛି ସଂକଳ୍ପକୁ ଲୋକଙ୍କ ସମ୍ମୁଖରେ ରଖନ୍ତି। ଭାରତୀୟ ଜନତା ପାର୍ଟିର ବିଶେଷତ୍ଵ ହେଲା ଯେ ଦଳ ପ୍ରତ୍ୟେକ ସଂକଳ୍ପକୁ ପରିପୂରଣ କରେ। ଆମେ ଶାସନକୁ ଆସିବାର ମାତ୍ର ଶହେ ଦିନ ଭିତରେ ଅନେକ ପ୍ରତିଶ୍ରୁତି ପୂରଣ କରିଛୁ।

    ସେ କହିଥିଲେ ଯେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ହେଉ, ଧାନର କ୍ରୟ ମୂଲ୍ୟ ବଢ଼ାଇବା ହେଉ, କିମ୍ବା ମାମାନଙ୍କ ପାଇଁ ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନା ହେଉ!,ମା ମାନଙ୍କୁ ପୂର୍ବ ସରକାର କେବଳ ଭୋଟ ବ୍ୟାଙ୍କ ଭାବୁଥିଲା ଓ ନିଜ ନ୍ୟସ୍ତ ସ୍ଵାର୍ଥ ପାଇଁ ବ୍ୟବହାର କରୁଥିଲା। ସୁଭଦ୍ରା ଯୋଜନା- ମା ମାନଙ୍କୁ ସମ୍ମାନିତ କରିବାର ଏକ ପଦକ୍ଷେପ। ସେହିଭଳି ଧାନର କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ ୩୧୦୦ ଟଙ୍କା ହେବା ଚାଷୀ ମାନଙ୍କ ମୁହଁରେ ହସ ଫୁଟାଇବ ନିଶ୍ଚୟ।

    ଗାଁଗୁଡିକୁ ବିକଶିତ କରିବା ଆମର ଲକ୍ଷ୍ୟ ବୋଲି ମତ ଦେଇ ସେ କହିଲେ ଯେ କେବଳ ଜାତୀୟ ରାଜପଥ ନୁହେଁ, ପ୍ରତ୍ୟେକ ଗାଁକୁ ସବୁଦିନିଆ ପକ୍କା ସଡ଼କ ନିର୍ମାଣ ଆମ ପ୍ରାଥମିକତା ଓ ଏହାକୁ ଆମେ ନିଶ୍ଚିତ ପୂରଣ କରିବୁ ।

    ଓଡ଼ିଶାରେ ନିଯୁକ୍ତି ସୁଯୋଗ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ନିକଟରେ ୧୬ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଆମ ପ୍ରତିଶ୍ରୁତି ଅନୁଯାୟୀ ୫ ବର୍ଷରେ ୧.୫୦ ଲକ୍ଷ ସରକାରୀ ପଦବୀ ପୂରଣ କରିବୁ। ପୁଞ୍ଜି ନିବେଶ ଓ ଶିଳ୍ପ ପ୍ରତିଷ୍ଠା ହେଲେ କୁଶଳୀ ଯୁବକମାନେ ଅଧିକ ସଂଖ୍ୟାରେ ନିଯୁକ୍ତି ପାଇବେ। ଆମେ ‘ ଉତ୍କର୍ଷ ଓଡ଼ିଶା ‘ ଜରିଆରେ ଅଧିକ ପୁଞ୍ଜି ନିବେଶ ପାଇଁ ଆନ୍ତରିକ ପ୍ରୟାସ ଆରମ୍ଭ କରିଛୁ। ଏଥି ସହିତ ଯୁବକମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ମଧ୍ୟ ମୁଁ ଆହ୍ଵାନ ଜଣାଉଛି। ଆପଣମାନେ ଏହି କୁମାର ଉତ୍ସବ ଆୟୋଜନ କଲା ଭଳି ସଫଳ ଉଦ୍ୟୋଗୀ ହୁଅନ୍ତୁ ଓ ଅର୍ଥନୈତିକ ବିକାଶରେ ସହଭାଗୀ ହୁଅନ୍ତୁ।
    ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶ, ରାଜ୍ୟ, ସମାଜ ଓ ଅର୍ଥନୀତି ପରିବର୍ତ୍ତିତ ହୁଏ ସାମୁହିକ ପ୍ରୟାସରେ। ଆପଣମାନେ ସଚେତନ ଓ ବିଜ୍ଞ। ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଆସନ୍ତୁ, ଆମେ ସମସ୍ତେ ମିଳିମିଶି ପ୍ରଚେଷ୍ଟା କରିବା।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ପଲ୍ଲୀଶ୍ରୀ ମେଳାର ହସ୍ତଶିଳ୍ପ ପ୍ରଦର୍ଶନୀ ପରିଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ଵ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

    ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ଏକ ଲୋକପ୍ରିୟ ସରକାର ଗଠନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଆଗମ ରେ ଆମ ଅଞ୍ଚଳରେ ବିକାଶର ଭିତ୍ତି ପଡ଼ିଲା । ଅନ୍ୟମାନଙ୍କ ମଧ୍ୟରେ ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ସତ୍ୟବାଦୀର ବିଧାୟକ ଓମ୍ ପ୍ରକାଶ ମିଶ୍ର ଏବଂ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଜନତାଙ୍କ ନିକଟରେ ଅଭିଭାଷଣ ରଖିଥିଲେ । ହରଦୁର୍ଗା ୟୁଥ କ୍ଲବର ସଭାପତି ଅଶ୍ବିନୀ କୁମାର ସାହୁ ଏବଂ ସମ୍ପାଦକ ବିବେକାନନ୍ଦ ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    84 %
    2.6kmh
    99 %
    Fri
    25 °
    Sat
    42 °
    Sun
    38 °
    Mon
    40 °
    Tue
    39 °

    ସମ୍ବନ୍ଧିତ