Wednesday, September 30, 2026
22.7 C
Odisha

    ଶ୍ରୀମନ୍ଦିରରେ ଦଧିନଉତି ବାନ୍ଧିବା ଘଟଣା: ଛତ୍ରପୁରରୁ ଜଣେ ଅଟକ

    ଆଗକୁ ପଢନ୍ତୁ

    ଛତ୍ରପୁର: ଶ୍ରୀମନ୍ଦିର ଉପରେ ଚଢି ଦଧିନଉତି ବାନ୍ଧିବା ଘଟଣାରେ ପୁରୀ ଶ୍ରୀମନ୍ଦିର ଥାନା ପୁଲିସ୍ ପକ୍ଷରୁ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ଅଟକ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଭାସ୍କରରାଓ ପେଟାସାହିର ବଳରାମ ମହାରଣା।

    ସୂଚନା ଅନୁସାରେ ବଳରାମ ବୁଧବାର ଦିନ ରାତ୍ର ସମୟରେ ଶ୍ରୀମନ୍ଦିର ଉପରକୁ ଚଢ଼ି ଦଧିନଉତି ବାନ୍ଧିଥିଲେ। ସେ ବ୍ରହ୍ମପୁରର ଏକ ମେଡିକାଲରେ ୧୦ ବର୍ଷ ଧରି ଚିକିତ୍ସା ହୋଇ ଆସୁଥିଲେ। ଗତ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରରେ ବଳରାମ ଖଣ୍ଡେ ଗାମୁଛା ଓ ଗୋଟିଏ ପାଣି ବୋତଲ ସାଙ୍ଗରେ ଧରି ଜୟ ଜଗନ୍ନାଥ…ଜୟ ଜଗନ୍ନାଥ କହି ଘରୁ ବାହାରି ଯାଇଥିଲେ। ସେ କୁଆଡ଼େ ଯାଉଛନ୍ତି ସେନେଇ ପରିବାର ଲୋକଙ୍କୁ କୌଣସି ସୂଚନା ଦେଇନଥିଲେ ବୋଲି ବଳରାମଙ୍କ ସ୍ତ୍ରୀ ସୁକାନ୍ତି ମହାରଣା କହିଛନ୍ତି। ସେହିପରି ବଳରାମ ମହାରଣା ଜଣେ ଭଲ ଲୋକ। ସେ ଭଲ କାମ କରି ଅଂଚଳରେ ବେଶ୍ ସୁନାମ ଅର୍ଜନ କରିଛନ୍ତି। କିନ୍ତୁ ଗତ କିଛି ଦିନ ହେଲା ସେ ମାନସିକ ରୋଗରେପିଡୀତ ହୋଇ ଚିକିତ୍ସିତ ହେଉଥିଲେ ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ଗୁରୁବାର ପୁଲିସ୍ ପକ୍ଷରୁ ବଳରାମଙ୍କ ପରିବାରକୁ ଏନେଇ ସୂଚନା ପ୍ରଦାନ ପରେ ବଳରାମଙ୍କ ପରିବାର ବର୍ଗ ବଳରାମଙ୍କୁ ଫେରାଇ ଆଣିବା ପାଇଁ ପୁରୀ ଯାଇଥିଲେ। ବଳରାମଙ୍କ ସ୍ତ୍ରୀ, ପୁଅ ଓ ପୁତୁରା ପୁରୀ ଅଭିମୁଖେ ବାହାରିଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ