Wednesday, September 30, 2026
22.7 C
Odisha

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା। ସେ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଉଛି। ବିମାନବନ୍ଦରରୁ ଜନତା ମଇଦାନ ରାସ୍ତାରେ ହେବ ବ୍ୟାରିକେଡ୍। ଏହାଛଡ଼ା ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ କଟକଣା ଲାଗୁ ହେବ। ଖାଲିସେତିକି ନୁହେଁ, ସାଧା ପୋଷାକରେ ବି ପୁଲିସ ବୁଲିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ଗୁଇନ୍ଦା ବିଭାଗ ଅଧିକ ସକ୍ରିୟ ରହିଛି।

    ସୂଚନାଯୋଗ୍ୟ, ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ଜନତା ମଇଦାନରେ ସେ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏହା ସହ ଆଉ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସରକାରୀ ଭାବେ କିଛି ସୂଚନା ଦିଆଯାଇ ନାହିଁ। ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଅହମଦାବାଦରୁ ଭୁବନେଶ୍ବର ଆସିବେ। ସକାଳ ୧୧ଟା ୩୫ରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧା ଜନତା ମଇଦାନ ଯିବେ। ୧୨ଟାରୁ ୧ଟା ପର୍ଯ୍ୟନ୍ତ ଏକ ଘଣ୍ଟା ସେ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମ ସରିଲା ପରେ ସେ ପୁଣି ସିଧାସଳଖ ବିମାନବନ୍ଦର ଯାଇ ନୂଆଦିଲ୍ଲୀ ଫେରିଯିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ