Monday, August 24, 2026
24.2 C
Odisha

    ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ୧୪୦କୋଟି ଲୋକଙ୍କୁ ପ୍ରେରଣା ଯୋଗାଉଛି : ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୮/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ୨୦୧୪ମସିହାରେ ମୋଦିଜୀ ପ୍ରଥମଥର ପାଇଁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । ପ୍ରତ୍ୟେକ ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତଥାନ୍ତି । ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀର ଆଠାନ୍ତର ଗ୍ରାମ ପଂଚାୟତ ବୁଥ ନମ୍ବର ୧୦୭ଠାରେ ଥିବା ଦୁର୍ଗାମାଧବ କଲ୍ୟାଣ ମଣ୍ଡପଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସମେତ ବିଜେପିର କାର୍ଯ୍ୟକର୍ତା, ଜିଲ୍ଲା ପ୍ରତିନିଧି ନିଜ ନିଜ ଅଂଚଳରେ ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ୧୦୯ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି ।
    ପ୍ରଧାନମନ୍ତ୍ରୀ ରାମଲାଲାଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା, କୃଷିର ବିକାଶ, ମହିଳା ସଶକ୍ତିକରଣ, କ୍ରୀଡା, ଚିକିତ୍ସା କ୍ଷେତ୍ର ସହାୟତା ଓ ଆୟୁର୍ବେଦର ସଫଳତା, ହାତୀ ସୁରକ୍ଷା, ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଇତ୍ୟାଦି ବିଷୟରେ ‘ମନ୍ କି ବାତ୍‌’ରେ କହିଛନ୍ତି । ସେହିପରି ନୂତନ ଭୋଟରଙ୍କୁ ଆହ୍ୱାନ ଦେଇ ମୋଦିଜୀ କହିଥିଲେ ‘ଦେଶ ନିର୍ମାଣରେ ନୂତନ ଭୋଟର ଭବିଷ୍ୟତ’, ଏହାସହ ଭୋଟ ପରିଚୟ ପତ୍ରରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶାରେ ପାଇଥିବା ୪ଜଣ ପଦ୍ମଶ୍ରୀଙ୍କ କଥା ମଧ୍ୟ ‘ମନ୍ କି ବାତ୍‌’ରେ କହିଛନ୍ତି । ଜଣେ ନିଷ୍ଠାପର ବ୍ୟକ୍ତି ସମାଜ ତଥା ଦେଶରେ କିପରି ପରିବର୍ତନ କରି ଦେଶକୁ ଦିଗ୍‌ଦର୍ଶନ ଦେଇପାରିବ ସେ ବିଷୟରେ ‘ମନ୍ କି ବାତ୍‌’ରେ ମୋଦିଜୀ ବଖାଣିଛନ୍ତି । ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ୧୪୦କୋଟି ଲୋକଙ୍କୁ ଉତ୍ସାହିତ କରିବା ପ୍ରେରଣା ଯୋଗାଉଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କ ମନରେ ଉତ୍ସାହ, ଉଦିପନ୍ନା, ପ୍ରେରଣା ଜାଗ୍ରତ ହେବା ସହ ଦେଶର ଅସ୍ମିତା, ଐତିହ୍ୟ, ପରମ୍ପରା ସମ୍ପର୍କରେ ଅବଗତ ହୋଇପାରୁଛନ୍ତି ସାଧାରଣ ଲୋକେ । ଜଣେ ସାଧାରଣ ଲୋକ ଅସାଧାରଣ ବ୍ୟକ୍ତିତ୍ୱ ହୋଇପାରେ ଏବିଷୟରେ ମୋଦିଜୀ ପ୍ରମାଣର ସହ ଲୋକଙ୍କ ପାଖରେ ଉପସ୍ଥାପନା କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜଣାଇଛନ୍ତି ।
    ମୋଦିଜୀ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଭୁ ରାମଙ୍କ ଶାସନ ଆମ ସମ୍ବିଧାନ ନିର୍ମାତାମାନଙ୍କ ପ୍ରେରଣାର ଉତ୍ସ କହିବା ସହ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଅବସର ଦେଶର କୋଟି କୋଟି ଜନତାଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିଥିବା କଥା ବର୍ଣ୍ଣନା କରିଛନ୍ତି । ସେହିପରି ଜାନୁୟାରୀ ୧୪ ରୁ ୨୨ତାରିଖ ପର୍ଯ୍ୟନ୍ତ ପରିଚ୍ଛନ୍ନତା ଅଭିଯାନ ଚଳାଇବାକୁ ମୋଦିଜୀ ଯେଉଁ ଅନୁରୋଧ କରିଥିଲେ, ଲକ୍ଷ ଲକ୍ଷ ଜନତା ଭକ୍ତିଭାବନା ନେଇ ବିଭିନ୍ନ ଧର୍ମସ୍ଥଳ ପରିଚ୍ଛନ୍ନ କରିଥିବାରୁ ମୁଁ ବେଶ୍ ଆନନ୍ଦିତ ବୋଲି ମୋଦିଜୀ କହିଛନ୍ତି । ସେହିପରି ଜାନୁୟାରୀ ୨୬ରେ ନାରୀଶକ୍ତିଙ୍କ କଥା ମଧ୍ୟ ବଖାଣିଛନ୍ତି । କିଭଳି ଭାରତରେ ଝିଅ ଓ ବହୂମାନେ ପ୍ରତ୍ୟେକ କ୍ଷେତ୍ରରେ ଚମତ୍କାରିତା ପ୍ରଦର୍ଶନ କରୁଛନ୍ତି ତାହା ‘ମନ୍ କି ବାତ୍‌’ରେ କହିଛନ୍ତି । ସେହିପରି ମୋଦିଜୀ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଛାତ୍ରଛାତ୍ରୀଙ୍କ ସହ ବାର୍ତା କରି ଚାପ ହ୍ରାସ କରିବାକୁ ଯେଉଁ ଚେଷ୍ଟା କରନ୍ତି ତାହା ମଧ୍ୟ କହିଛନ୍ତି । ଏହାସହ ଆଗାମୀକାଲି ରେକର୍ଡ ସଂଖ୍ୟାରେ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଯୁବା ଓ ଛାତ୍ରଛାତ୍ରୀମାନେ ଯୋଗ ଦେବାକୁ ମୋଦିଜୀ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁରୋଧ କରିଛନ୍ତି ।
    ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ସମେତ ବହୁ କାର୍ଯ୍ୟକର୍ତା “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି ।
    ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିବା ପରେ ରାଜ୍ୟ ସଭାପତି ମହୁଖଣ୍ଡା ଗାଁର ସୁକାନ୍ତ ଜେନା ଓ ସରୋଜିନୀ ଜେନାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହକୁ ବୁଲି ଦେଖିବା ସହ ତାଙ୍କୁ ପ୍ରଶଂସା କରିଥିଲେ । ଏହାପରେ ସୁକାଶଙ୍କ ଘରୁ ପାଣି ପିଇବା ସହ ପରିବାରର ସୁବିଧା ଅସୁବିଧା ବୁଝିଥିଲେ ।
    କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଲୀ ଅନ୍ତର୍ଗତ ଚନ୍ଦ୍ରଶେଖରପୁରସ୍ଥିତ ବୁଥ୍ ସଂଖ୍ୟା ୫୯ରେ ଏବଂ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପରମହଂସସ୍ଥିତ ବୁଥ୍ ସଂଖ୍ୟା ୯୮ରେ କାର୍ଯ୍ୟକର୍ତାଙ୍କ ଗହଣରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ । ଏଥି ସହ ରାଜ୍ୟର ସମସ୍ତ ପଦାଧିକାରୀମାନେ ନିଜ ନିଜ ଅଂଚଳରେ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦାଙ୍କ ଗହଣରେ ଶୁଣିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    97 %
    1.5kmh
    100 %
    Mon
    29 °
    Tue
    30 °
    Wed
    30 °
    Thu
    27 °
    Fri
    28 °

    ସମ୍ବନ୍ଧିତ