Wednesday, April 8, 2026
30.6 C
Odisha

    ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ୧୬ତମ ବଳିଦାନ ଦିବସ ଅବସରରେ ରାଜଧାନୀରେ ବିଶାଳ ଗଣଦୌଡ଼

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ଫୁଲବାଣୀ/ତୁମୁଡ଼ିବନ୍ଧ: ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ତଥା ୧୬ତମ ବଳିଦାନ ଦିବସ ଅବସରରେ ରାଜଧାନୀ ଭୁବନେଶ୍ବରରେ ବିଶାଳ ଗଣଦୌଡ଼ ଅନୁଷ୍ଠିତ ହୋଇଛି। ଏଥିରେ ବହୁ ସାଧୁସନ୍ଥ ଏବଂ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଅନୁଗାମୀ ଯୋଗ ଦେଇଥିଲେ। ଏହି ବିଶିଷ୍ଟ ବ୍ୟକ୍ତିମାନେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି। ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ କରାଗଲେ ହିଁ ତାଙ୍କୁ ନ୍ୟାୟ ମିଳିବ ବୋଲି ମତ ପ୍ରକାଶ ପାଇଛି।

    ଏଣେ ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ତଥା ୧୬ତମ ବଳିଦାନ ଦିବସ ଭାବେ ମଧ୍ୟ ଉକ୍ତ ଦିବସକୁ ପାଳନ କରାଯାଉଛି। ଏଥିପାଇଁ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜିଲ୍ଲାରେ ୨୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ବୋଲି କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ଚର୍ଚ୍ଚ ଏବଂ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜିଲ୍ଲାକୁ ସଂଯୋଗ କରୁଥିବା ବିଭିନ୍ନ ପ୍ରବେଶ ଓ ପ୍ରସ୍ଥାନପଥରେ ପୁଲିସ ଫୋର୍ସ କଡ଼ାକଡ଼ି ଯାଞ୍ଚ କରୁଥିବା ଏସ୍ପି କହିଛନ୍ତି।
    ସେହିପରି ଜଲେଶପଟ୍ଟା ଆଶ୍ରମରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ ଓ କନ୍ଧମାଳ ଏସପି ଶ୍ରୀ ପାତ୍ର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ଜନ୍ମାଷ୍ଟମୀ ସହ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ। ଏଥିପାଇଁ ଆଶ୍ରମ ଭିତରେ ଓ ବାହାରେ ବନ୍ଧୁକଧାରୀ ଯବାନ ମୁତୟନ ହୋଇଥିବା ବେଳେ ସେଠାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଦକ୍ଷିଣାଞ୍ଚଳ ଆଇଜି ଆଶ୍ରମକୁ ଯାଇ ସୁରକ୍ଷା ସ୍ଥିତିର ଯାଞ୍ଚ କରିଛନ୍ତି। ଅପ୍ରୀତିକର ଘଟଣାକୁ ଏଡ଼ାଇବାକୁ ପୁଲିସ ବିଭାଗ ତୀକ୍ଷ୍ଣ ନଜର ରଖିଛି। ଆଇଜିଙ୍କ ଗସ୍ତ ବେଳେ ବାଲିଗୁଡ଼ା ଏସ୍ଡିପିଓ ରାହୁଲ ଗୋଏଲ, ଡିଏସ୍ପି ପିକେ ରାଉତ ଓ ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
    ଅନ୍ୟପକ୍ଷରେ ଆଶ୍ରମ ପରିସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଯୋଗ ଦେବେ। ଏମାନେ ଦିନ ୧୧ଟା ବେଳେ ପହଞ୍ଚିବେ ବୋଲି ସୂଚନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    30 %
    2.5kmh
    6 %
    Wed
    33 °
    Thu
    38 °
    Fri
    38 °
    Sat
    39 °
    Sun
    42 °

    ସମ୍ବନ୍ଧିତ