Friday, October 16, 2026
28.4 C
Odisha

    ମୟୂରଭଞ୍ଜ ଆଦିବାସୀ ଛାତ୍ର ସଙ୍ଗଠନ ପୁନଃ ଗଠିତ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ମୟୂରଭଞ୍ଜ ଆଦିବାସୀ ଛାତ୍ର ସଙ୍ଗଠନ (ମାସା)ର ରାଇରଙ୍ଗପୁର ନିକଟସ୍ଥ ପୁରୁଣାଘାଟି କାର୍ଯ୍ୟାଳୟଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାସା ସଙ୍ଗଠନ ୧୯୬୫ ମସିହାରେ ସ୍ୱର୍ଗତ ସାଲଖୁ ମାଝୀଙ୍କ ନେତୃତ୍ୱରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଙ୍ଗଠନ ପ୍ରତିଷ୍ଠା ହୋଇଥିଲା। ଏହି ସଙ୍ଗଠନ ମୁଖ୍ୟତଃ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ହକ ଅଧିକାରରୁ କିପରି ବଞ୍ଚିତ ନ ହେବେ ଏବଂ ଆଦିବାସୀଙ୍କ  କିପରି ଉନ୍ନତି ସେହି ଉଦେଶ୍ୟରେ ସଙ୍ଗଠନ ଗଠନ କରାଯାଇଥିଲା।

    ତେବେ ସଂଗଠନର କିଛି ଖଳ ପ୍ରକୃତିର ଲୋକ ଏହାକୁ ରାଜନୈତିକ ଫାଇଦା ଉଦେଶ୍ୟରେ ସଙ୍ଗଠନକୁ ଭୁଲ ରାସ୍ତାରେ ନେବା ପାଇଁ ପ୍ରୟାସ କରୁଥିଲେ। ତେଣୁ ଆଜି ସର୍ବ ସମ୍ମତି କ୍ରମେ ଜିର୍ଲ୍ଲା ସ୍ତରୀୟ କମିଟି, ଉପଖଣ୍ଡ ସ୍ତରୀୟ ଏବଂ କଲେଜସ୍ତରୀୟ କମିଟି ପୁନଃ ଗଠିତ ସହିତ ସଦସ୍ୟ ଚୟନ କରାଯାଇଛି। ଯଥା ଜିଲ୍ଲା ସଭାପତି ଭାବେ ରାମ ମୁର୍ମୁ, ଜିର୍ଲ୍ଲା ସାଧାରଣ ସମ୍ପାଦକ ଭାବେ ହାଡ଼ିବନ୍ଧୁ ଟୁଡୁ, ବାମନଘାଟି ଉପଖଣ୍ଡ ସଭାପତି ଭାବେ ସୁନୀଲ ସୋରେନ, ସାଧାରଣ ସମ୍ପାଦକ ଭାବେ ମାସାଙ୍ଗ ହେମ୍ବ୍ରମ, ଉପସଭାପତି ଭାବେ ପିଥ ସୋରେନ, ସହସମ୍ପାଦକ ଭାବେ ଲକ୍ଷ୍ମଣ ମାଝୀ, ସାଙ୍ଗଠନିକ ସଭାପତି ଭାବେ ଜଗନ୍ନାଥ ମୁର୍ମୁ, ରାଇରଙ୍ଗପୁର କଲେଜ ସଭାପତି ଭାବେ ଅନାଦି ସିଙ୍ଗକୁ, ଉପସଭାପତି ଭାବେ ଠାକୁର ହେମ୍ବ୍ରମ, ସାଧାରଣ ସୋମ୍ପାଦକ ଭାବେ ଗଜେନ୍ଦ୍ର ସୋରେନ, ସହ ସମ୍ପାଦକ ଭାବେ ଫୁଲମତି ହାଁସଦାଙ୍କୁ ଚୟନ କରାଯାଇଛି। ଚୟନ ସମୟରେ ସଂଗଠନର ବହୁ ସଦସ୍ୟ ଉପସ୍ଥିତ ଥିଲେl

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ