Saturday, October 10, 2026
21.6 C
Odisha

    ୩୬ ହଜାର ଗଂଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

    ଆଗକୁ ପଢନ୍ତୁ

    ମାଲକାନଗିରି: ଆରମ୍ଭ ହେଲା ମାଲକାନଗିରିରେ ଅପରେସନ ଗ୍ରୀନ କ୍ଲିନ। ଏହି ପରିପ୍ରେକ୍ଷୀରେ ଆଜି ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ତରଫରୁ ମାଥିଲି ଥାନା ଅନ୍ତର୍ଗତ ମାଡକାପଦର ପଞ୍ଚାୟତର ଶୁକ୍ରିପୁଟ ଗ୍ରାମ ପାର୍ଶ୍ଵ ଜଙ୍ଗଲରେ ଚଢ଼ଉ କରାଯାଇଥିଲା। ଏହି ଅଂଚଳଗୁଡିକ ନକ୍ସଲ ପ୍ରବଣ ହୋଇଥିବା ବେଳେ ଅତି ସତର୍କତା ଏବଂ ସୁରକ୍ଷାକୁ କଡ଼ାକଡ଼ି କରି ଅବକାରୀ ବିଭାଗ ଚଢାଉ କରିଥିଲା। ଏହି ଚଢ଼ଉ ବେଳେ ୨୪ ଏକର ଜମିରେ ଚାଷ କରାଯାଇଥିବା ୩୬୦୦୦ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩,୬୦,୦୦,୦୦୦(ତିନି କୋଟି  ଷାଠିଏ ଲକ୍ଷ) ଟଙ୍କା ହେବ ବୋଲି ଜଣାପଡ଼ିଛି। ଏନେଇ ମାଥିଲି ଅବକାରୀ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି।

    ପ୍ରକାଶ ଥାଉକି ଜିଲ୍ଲାର ଦୁର୍ଗମ ଏବଂ ନକ୍ସଲ ପ୍ରବଣ ଅଂଚଳମାନଙ୍କରେ ବେଧଡକ ଶହ ଶହ ଏକର ଗଂଜେଇ ଚାଷ କରାଯାଉଛି। ଚଳିତ ବର୍ଷ ଜିଲ୍ଲାରେ ହେଉଥିବା ବେଆଇନ ଗଂଜେଇ ଚାଲାଣ ଏବଂ ଚାଷକୁ ସଂପୂର୍ଣ୍ଣ ମୂଳତ୍ପାଟନ କରିବା ନେଇ ବିଡା ଉଠାଇଛି। ଏହି ଚଢ଼ଉ ସମୟରେ ଅବକାରୀ ଉପ ଅଧିକ୍ଷକ ଟଙ୍କଧର ଭୋଇ, ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ, ସବ୍ ଇନ୍ସପେକ୍ଟର ଅଶେଷ କୁମାର ନାୟକ, ଅମିୟ କୁମାର ଖଞ୍ଜା,ଦୀପକ କୁମାର ସାମଲ, ରମେଶ ଚନ୍ଦ୍ର ସାହୁକାର, ହେମନ୍ତ ବାଘ, ଏଏସଆଇ ରାମ ଚନ୍ଦ୍ର ହନ୍ତାଳ, ସୁରେନ୍ଦ୍ର ମାଝୀ, ଜେମସ ମାଲଖମ୍ ସାହୁ ଓ ସମସ୍ତ ଅବକାରୀ ଥାନାର କନେଷ୍ଟବଳମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ