Wednesday, September 9, 2026
29.9 C
Odisha

    ଟ୍ରୋଲ ‌ହେବାପରେ ଟେଲିର ରାମ ଡିଲିଟ କଲେ ସୋସିଆଲ ମିଡିଆ ପୋଷ୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମେରଠରୁ ବିଜେପି ଟିକେଟ ପାଇଥିବା ପ୍ରାର୍ଥୀ ତଥା ଟେଲିଭିଜନର ରାମ ବୋଲି କୁହାଯାଉଥିବା ଅରୁଣ ଗୋଭିଲଙ୍କ ଏକ ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅରୁଣ ଏପ୍ରିଲ ୨୮ ତାରିଖ ସକାଳେ ଏକ୍ସରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ଯେତେବେଳେ କାହାର ଦୁଇଟି ଚରିତ୍ର ସାମ୍ନାକୁ ଆସିଥାଏ। ନିଜ ଉପରେ ବେଶୀ ରାଗ ଆସିଥାଏ। ଆମେ କେମିତି ଆଖି ବନ୍ଦ କରି ଏମିତି ମଣିଷ ଉପରେ ବିଶ୍ବାସ କରିପାରିବା। ଜୟ ଶ୍ରୀ ରାମ।’

    ଅରୁଣ ଗୋଭିଲ ପୋଷ୍ଟରେ କାହାରି ନାମ ଲେଖି ନଥିଲେ। ଏହାପରେ ବି ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଉଛି। କିଛି ଲୋକ ଅରୁଣଙ୍କୁ ଟ୍ରୋଲ କରିବା ବି ଆରମ୍ଭ କରି ଦେଇଛନ୍ତି। ଏହାପରେ ଅରୁଣ କରିଥିବା ପୋଷ୍ଟ ଡିଲିଟ କରି ଦେଇଛନ୍ତି।

    ତେବେ ଅରୁଣ କରିଥିବା ପୋଷ୍ଟ ଓ ପରେ ତାହାକୁ ଡିଲିଟି କରିଦେବା ଘଟଣା ବିଷୟରେ ଲୋକେ ଅଭିନେତାଙ୍କ ପ୍ରତିକ୍ରିୟା କ’ଣ ତାହା ଜାଣିବାକୁ ‌ଚେଷ୍ଟା କରିଥିଲେ। କିନ୍ତୁ ଅରୁଣ ଖବର ‌ଲେଖାହେଲା ପର୍ଯ୍ୟନ୍ତ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନାହାନ୍ତି।

    କିଛିଦିନ ପୂର୍ବରୁ ଅରୁଣ ଏକ ପୋଷ୍ଟ ସେୟାର କରି କହିଥିଲେ, ‘ମୋର ମେରଠର ସମ୍ମାନୀତ ମତଦାତା ଭାଇ ଓ ଭଉଣୀ ଓ କର୍ମକର୍ତ୍ତାଙ୍କୁ ପ୍ରଣାମ। ହୋଲି ଦିନ ୨୪ମାର୍ଚ୍ଚରେ ଭାରତୀୟ ଜନତା ପାର୍ଟି ମୋର ନାମ ଘୋଷଣା କରିଥିଲା।  ଦଳର ନିର୍ଦ୍ଦେଶରେ ମାର୍ଚ୍ଚ ୨୬ ତାରିଖରେ ମୁଁ ଆପଣଙ୍କ ଗହଣକୁ ଆସିଥିଲି। ଏକମାସ ହେବ ଆପଣଙ୍କ ସହିତ ରହି ଆପଣଙ୍କ ସହଯୋଗରେ ନିର୍ବାଚନ ପ୍ରଚାର କରିଲି। ନିର୍ବାଚନ ଶେଷ ହେଲା। ଆପଣଙ୍କ ଭଲପାଇବା ସ୍ନେହ, ସମ୍ମାନ, ସହଯୋଗ ପାଇଁ ବହୁତବହୁତ ଧନ୍ୟବାଦ। ଦଳର ନିର୍ଦ୍ଦେଶରେ ମୁଁ ଏବେ ମୁମ୍ବାଇରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.9 ° C
    29.9 °
    29.9 °
    71 %
    3.5kmh
    89 %
    Wed
    30 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ