Tuesday, September 8, 2026
26.4 C
Odisha

    ଟ୍ରକ ସହ ବସର ମୁହାଁମୁହିଁ ଧକ୍କା: ୬ ଜଣଙ୍କର ଚାଲିଗଲା ଜୀବନ

    ଆଗକୁ ପଢନ୍ତୁ

    ଉନ୍ନାଓ: ଉତ୍ତରପ୍ରଦେଶର ଉନ୍ନାଓରେ ଏକ ବଡ଼ ସଡକ ଦୁର୍ଘଟଣା ଘଟିଛି। ଉନ୍ନାଓ-ହରଦୋଇ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଏବଂ ବସ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣା ଉନ୍ନାଓର ସଫିପୁର କୋଟୱାଲିର ଜମାଲଡିପୁର ଗ୍ରାମରେ ଘଟିଛି। ଏହି ଦୁର୍ଘଟଣା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ଦୁର୍ଘଟଣା ସମୟରେ ପ୍ରାୟ ୨୦ ଜଣ ଲୋକ ବସ୍‌ରେ ଯାତ୍ରା କରୁଥିଲେ। ମୁହାଁମୁହିଁ ଧକ୍କା ହେବା ଫଳରେ ବସରେ ଯାଉଥିବା ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

    ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ବର୍ତ୍ତମାନ ପୁଲିସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି | ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଯାତ୍ରୀବାହୀ ଗନ୍ତବ୍ୟ ରାସ୍ତାରେ ଯାଉଥିବାବେଳେ ଦ୍ରୁତଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା | ଆଉ ଏହି ଦୁର୍ଘଟଣାରେ ବସଟି ଚୁରମାର ହୋଇଯାଇଥିଲା | ଏହି ଦୁର୍ଘଟଣାରେ ପ୍ରାୟ ୧୪ ଜଣ ଗୁରୁତର ଆହତ ହୋଇଥିଲେ ଏବଂ ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ଡାକ୍ତରଖାନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା | ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ, ୨ ଜଣ ମହିଳା ଅଛନ୍ତି | ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପୁଲିସ ପଠାଇଛି। ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    88 %
    1kmh
    91 %
    Tue
    27 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ