Thursday, September 19, 2024
25.1 C
Odisha

    ଜେଲ୍‌ରୁ ବାହାରି ମୋଦୀଙ୍କ ସାକ୍ଷାତ୍‌ କଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଝାନ୍‌ସୀ: ଚର୍ଚ୍ଚାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭେଟଘାଟ । ନିକଟରେ ଜେଲରୁ ମୁକୁଳିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି । ଏହାର ଫଟୋ ନିଜ ସୋସିଆଲ ହ୍ୟାଣ୍ଡେଲରେ ହେମନ୍ତ ସେୟାର କରିଛନ୍ତି । ସେ ଏକ ଫୁଲତୋଡା ମୋଦିଙ୍କୁ ଦେଉଥିବା ଦେଖିବାକୁ ମିଳିଛି । ଫଟୋର କ୍ୟାପସନରେ ଲେଖିଛନ୍ତି ଏହା ଏକ ସୌଜନ୍ୟତାମୂଳକ ସାକ୍ଷାତକାର । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି ।
    ପୂର୍ବରୁ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଇଡି ଦ୍ୱାରା ଗିରଫ ହୋଇଥିଲେ ହେମନ୍ତ ସୋରେନ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ବି ଦେଇଥିଲେ । ପରେ ତାଙ୍କ ଦଳ ଇଣ୍ଡି ମେଂଟରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢିଥିଲା। ଏହା ପୂର୍ବରୁ ରବିବାର ହେମନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଓ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିଥିଲେ। ତେବେ ଆଗକୁ ଝାଡଖଣ୍ଡରେ ସାଧାରଣ ନିର୍ବାଚନ ଥିବାରୁ ହେମନ୍ତ ସୋରେନ ଦିଲ୍ଲୀ ଗସ୍ତ ଓ ପ୍ରଧାନମନ୍ତ୍ରୀଙ୍କ ସହ ଭେଟଘାଟକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    88 %
    0.8kmh
    100 %
    Thu
    29 °
    Fri
    31 °
    Sat
    31 °
    Sun
    31 °
    Mon
    31 °

    ସମ୍ବନ୍ଧିତ