Sunday, April 5, 2026
24.6 C
Odisha

    କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ ପରିଦର୍ଶନ କଲେ ମେଘାଳୟ ଗଣମାଧ୍ୟମ ପ୍ରତିନିଧି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଚାରିଦିନିଆ ଓଡ଼ିଶା ଗସ୍ତରେ ଥିବା ୧୦ ଜଣିଆ ମେଘାଳୟ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର)-କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ (ସିଆଇଡବ୍ଲୁଏ)ପରିଦର୍ଶନ କରିଛନ୍ତି। ସେମାନେ ସିଆଇଡବ୍ଲୁଏ ପରିସରରେ ବୈଜ୍ଞାନିକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତବିନିମୟ କରିଛନ୍ତି। ବିଶେଷ କରି କୃଷି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ନେଇ ସିଆଇଡବ୍ଲୁଏ ପରିସରରେ ଜାରି ରହିଥିବା ଗବେଷଣା ଓ ଅନୁସନ୍ଧାନ ସମ୍ପର୍କରେ ମେଘାଳୟର ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା। ବୈଜ୍ଞାନିକମାନେ ସୂଚନା ଦେଇଥିଲେ ଯେ, କୃଷି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢ଼ାଇବା, ଲିଙ୍ଗଗତ ତାରତମ୍ୟ ଦୂର କରିବା ଏବଂ ମହିଳା ଚାଷୀଙ୍କ ସଶକ୍ତୀକରଣ ଉଦ୍ଦେଶ୍ୟରେ ବିଶ୍ୱର ଏକମାତ୍ର ଗବେଷଣା ପ୍ରତିଷ୍ଠାନ ଭାବେ ସିଆଇଡବ୍ଲୁଏ କାର୍ଯ୍ୟ କରୁଛି। ଏହି ଅବସରରେ ପ୍ରତିଷ୍ଠାନରେ ଉପସ୍ଥିତ ଥିବା ବିଭିନ୍ନ ମହିଳା କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ପ୍ରତିନିଧି, ମହିଳା ଚାଷୀ, ଅଂଶୀଦାରମାନଙ୍କ ସହିତ ମେଘାଳୟ ସାମ୍ବାଦିକମାନେ ମତବିନିମୟ କରିଥିଲେ । ସେମାନେ ମହିଳା ଏଫପିଓଗୁଡ଼ିକର କାର୍ଯ୍ୟଧାରା ଓ ଉପଲବ୍ଧି ସମ୍ପର୍କରେ ଅବଗତ ହୋଇଥିଲେ।

    ଅନ୍ୟପକ୍ଷରେ ମେଘାଳୟ ଗଣମାଧ୍ୟମ ପ୍ରତିନିଧିମାନେ କଟକ ଜୋବ୍ରାସ୍ଥିତ ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ ବୁଲି ଦେଖିଥିଲେ। ସେଠାରେ ସଂଗୃହିତ ବିଭିନ୍ନ କଳାକୃତି ଦେଖିବା ସହିତ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ଇତିହାସ ସମ୍ପର୍କରେ ଅବଗତ ହୋଇଥିଲେ। ସେମାନଙ୍କୁ ସଂଗ୍ରହାଳୟ ଏବଂ ଐତିହାସିକ କଟକ ସହରର ଗୁରୁତ୍ୱ ବିଷୟରେ ସୂଚନା ଦିଆଯାଇଥିଲା । ସେମାନେ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ।

    ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା, ଅନୁଷ୍ଠାନ, ପ୍ରକଳ୍ପ ଓ ପଦକ୍ଷେପ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ପତ୍ର ସୂଚନା କାର୍ଯ୍ୟାଳୟ, ଶିଲଂ ଓ ପତ୍ର ସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ସହଯୋଗରେ ଏହି ଗଣମାଧ୍ୟମ ପ୍ରତିନିଧିଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    59 %
    1.3kmh
    100 %
    Sun
    36 °
    Mon
    38 °
    Tue
    38 °
    Wed
    39 °
    Thu
    39 °

    ସମ୍ବନ୍ଧିତ