Friday, April 10, 2026
27.5 C
Odisha

    ଘୋଷଣା ହେଲା ସାରା ଅଲ୍ଲୀ ଖାଁଙ୍କ ଅଭିନୀତ ‘ମେଟ୍ରୋ ଇନ୍ ଡିନୋ’ର ନୂତନ ରିଲିଜ୍ ତାରିଖ

    ଆଗକୁ ପଢନ୍ତୁ

    ମୁମ୍ବାଇ: ନିର୍ମାତା ଭୂଷଣ କୁମାର ଏବଂ ନିର୍ଦେଶକ ଅନୁରାଗ ବସୁଙ୍କ ନୂଆ ସିନେମା ‘ମେଟ୍ରୋ ଇନ୍ ଡିନୋ’ର ନୂତନ ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧୩ ତାରିଖରେ ପ୍ରେକ୍ଷାଳୟକୁ ଆସିବ। ଏହା ପୂର୍ବରୁ ମାର୍ଚ୍ଚ ୨୯ ତାରିଖରେ ଦିନ ମୁକ୍ତିଲାଭ କରିବା ନେଇ ସ୍ଥିର ହୋଇଥିଲା।

    ଏହି ଚଳଚ୍ଚିତ୍ରଟି ଆଧୁନିକ ଯୁଗଳ ଦମ୍ପତିଙ୍କ ହୃଦୟସ୍ପର୍ଶୀ କାହାଣୀ ଉପରେ ଆଧାରିତ। ଏଥିରେ ଆଦିତ୍ୟ ରୟ କପୁର, ସାରା ଅଲି ଖାନ, ଅନୁପମ ଖେର, ନୀନା ଗୁପ୍ତା, ପଙ୍କଜ ତ୍ରିପାଠୀ, କୋଙ୍କଣା ସେନଶର୍ମା, ଅଲି ଫୈଜଲ ଏବଂ ଫାତିମା ସାନା ଶେଖ ପ୍ରମୁଖ ଅଭିନୟ କରିଛନ୍ତି। ଅନୁରାଗ ବସୁ ପ୍ରଡକ୍ସନ୍ସ ଓ ପିଭି ଲିମିଟେଡ୍ ସହିତ ମିଳିତ ଭାବେ  ଟି-ସିରିଜ୍ “ମେଟ୍ରୋ ଇନ୍ ଡିନୋ’ର ପ୍ରଯୋଜନା କରିଛନ୍ତି।

    ଚଳଚ୍ଚିତ୍ର ନିର୍ମାତା ଅନୁରାଗ ବସୁ କହିଛନ୍ତି, “ମେଟ୍ରୋ ଇନ୍ ଡିନୋ’ ହେଉଛି ଲୋକଙ୍କ ପାଇଁ ଏକ କାହାଣୀ। ବେଶ କିଛି ବର୍ଷ ଧରି ଏହାର କାହାଣୀ ପ୍ରସ୍ତୁତ କରିଛି। ଭୂଷଣ କୁମାରଙ୍କ ପରି ବିଖ୍ୟାତ ପ୍ରଯୋଜକଙ୍କ ସହଯୋଗରେ ଏହାକୁ ନିର୍ମାଣ କରିଥିବାରୁ ଖୁବ୍ ଖୁସି। କାହାଣୀଟି ସତେଜ ଏବଂ ପ୍ରାସଙ୍ଗିକ ଏବଂ  କଳାକାରମାନେ ଚମତ୍କାର ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମୋର ପ୍ରିୟ ବନ୍ଧୁ ପ୍ରୀତମ ଏଥିରେ ସଙ୍ଗୀତ ଦେଇଛନ୍ତି। ଫିଲ୍ମ ‘ମେଟ୍ରୋ ଇନ୍ ଡିନୋ’ ଦର୍ଶକଙ୍କୁ ଭଲ ଲାଗିବ ବୋଲି ଭାବୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    38 %
    1.4kmh
    30 %
    Thu
    28 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ