Monday, April 6, 2026
23.4 C
Odisha

    ପିଲାଙ୍କ ଡାଲମାରୁ ପାରିବ ଗାଏବ!

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମହଙ୍ଗା ମାଡ଼ରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବି ହୋଇଛି ପ୍ରଭାବିତ। ଧାର୍ଯ୍ୟ ଦରରେ ଗୁଣାତ୍ମକ ଖାଦ୍ୟ ଯୋଗାଇବା ସମ୍ଭବ ହେଉ ନଥିବାରୁ ବଢିଛି ଚିନ୍ତା। ପିଲାଙ୍କ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ଅପପୁଷ୍ଟି ରୋକିବାକୁ ମଧ୍ୟାହ୍ନ ଭୋଜନ ଏକ ବଡ଼ ପଦକ୍ଷେପ । ହେଲେ ଦରବୃଦ୍ଧି ଏକ୍ଷେତ୍ରରେ ଆଣିଛି ସମସ୍ୟା । ଦରଦାମ ନିୟନ୍ତ୍ରଣ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ହେଉଛି ଦାବି । ଦରବୃଦ୍ଧିର ପ୍ରଭାବ ପଡ଼ିଛି କୁନି ପିଲାଙ୍କ ଉପରେ। ପିଲାଙ୍କ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ଅପପୁଷ୍ଟି ରୋକିବାକୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଏକ ବଡ଼ ପଦକ୍ଷେପ । କିନ୍ତୁ ଦରଦାମ ବୃଦ୍ଧିର ପ୍ରଭାବ ପଡୁଛି ଏହି ଯୋଜନା ଉପରେ। ସରକାରଙ୍କ ଦ୍ୱାରା ପ୍ରତ୍ୟେକ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଧାରିତ ଦରରେ ବର୍ତ୍ତମାନ ଗୁଣାତ୍ମକ ଖାଦ୍ୟ ଦେବା ସମ୍ଭବ ହେଉ ନଥିବା କହିଛନ୍ତି ଅଭିଭାବକ ସଂଘ। ପିଲାଙ୍କୁ ଭାତ ଡାଲମା ଆଦି ଦିଆଯାଉଥିଲେ ମଧ୍ୟ ବର୍ତ୍ତମାନ ଡାଲି, ଆଳୁ, ପରିବା ଆଦିର ଦର ଯାହା ସେଥିରେ କେବଳ ପାଣିଆ ଡାଲି ଦେବା ହିଁ ସମ୍ଭବ । ଦରଦାମ ବୃଦ୍ଧି ଯୋଗୁଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରଭାବିତ ହୋଇଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛି ସିଟିଜେନସ ଫୋରମ । ସରକାରୀ ସ୍କୁଲ ପ୍ରତି ଆକର୍ଷିତ କରିବା ପାଇଁ ପିଲାଙ୍କୁ ଉନ୍ନତମାନର ଖାଦ୍ୟ ଦେବା ନିହାତି ଆବଶ୍ୟକ ବୋଲି କୁହାଯାଇଛି । ହେଲେ ସ୍ଥିତି କହୁଛି, ବର୍ତ୍ତମାନ ଦରରେ ସେହି ଖାଦ୍ୟ ଦେବା ସମ୍ଭବ ନୁହେଁ । ତେଣୁ ଏହାର ତୁରନ୍ତ ପ୍ରତିକାର କରିବାକୁ ଫୋରମ ଦାବି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    69 %
    1.1kmh
    3 %
    Mon
    38 °
    Tue
    35 °
    Wed
    37 °
    Thu
    37 °
    Fri
    37 °

    ସମ୍ବନ୍ଧିତ