Tuesday, October 13, 2026
21.3 C
Odisha

    ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର;ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି..

    ଆଗକୁ ପଢନ୍ତୁ

    ପୁରୀ: ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର। ୬ ତାରିଖ ବୈଠକରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି। ୬ ତାରିଖରେ ୧୬ ଜଣିଆ କମିଟି ବୈଠକ ବସି ନିଷ୍ପତ୍ତି ନେବେ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ କରାଯାଇଛି। ୬ ତାରିଖରେ କମିଟିର ପ୍ରଥମ ବୈଠକ ବସିବ। କେଉଁ ପ୍ରକ୍ରିୟାରେ ଗଣତି ହେବ ଓ କେଉଁ ଏଜେନ୍ସି ସାମିଲ ହେବ ସେ ନେଇ ଉକ୍ତ ବୈଠକରେ ନିଷ୍ପତ୍ତି ହେବ। ୬ ତାରିଖରେ କମିଟି ଯେଉଁ ନିର୍ଦ୍ଦେଶ ଦେବ, ସେ ଅନୁଯାୟୀ ପ୍ରକ୍ରିୟା ଆରମ୍ଭ ହେବ।
    ରତ୍ନଭଣ୍ଡାର ଯାଞ୍ଚ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟିରେ ବିଖ୍ୟାତ ହୃଦରୋଗ ବିଶେଷଜ୍ଞ ଡା. ରମାକାନ୍ତ ପଣ୍ଡା, ଆହ୍ଲାବାଦ ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ବିଧୂଭୂଷଣ ସାମଲ, ଚାଟାର୍ଡ ଆକାଉଣ୍ଟାଣ୍ଟ ଏ.କେ.ସାବତଙ୍କ ସହ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମନ୍ଦିର ପ୍ରଶାସନ କମିଟି, ଏଏସ୍‌ଆଇ ପ୍ରତିନିଧି ସଦସ୍ୟ ରହିଛନ୍ତି। ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରିବା ସମୟରେ ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ପୂର୍ବରୁ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.3 ° C
    21.3 °
    21.3 °
    84 %
    1.1kmh
    11 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ