Friday, October 2, 2026
22.2 C
Odisha

    ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

    ଆଗକୁ ପଢନ୍ତୁ

    ଉମରକୋଟ: ୭୮ତମ ସ୍ଵାଧୀନତା ଦିବସ ପାଳନ ତଥା ଆସନ୍ତାକାଲି ଠାରୁ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହେଉଛି। ଏହାକୁ ଦୃଷ୍ଟିରେ ରଖି ସ୍ଵାଧୀନତା ସଂଗ୍ରାମରେ ଭାଗ ନେଇଥିବା ମହାପୁରୁଷ ଓ ସହରରେ ରହୁଥିବା ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ଉଚିତ୍ ସମ୍ମାନ ଦେବାକୁ ଆଗେଇ ଆସିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ନିଜ ନିର୍ବାଚନ ମଣ୍ଡଳୀ ଉମରକୋଟର ପୌରାଞ୍ଚଳରେ ରହୁଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଗୁଡ଼ିକ ସେ ସଫା କରିଛନ୍ତି।
    ଆଜି ସକାଳୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଜେପି କର୍ମୀଙ୍କ ସହ ମିଶି ଉମରକୋଟ ଡାଙ୍ଗରୀଗୁଡା ଠାରେ ଥିବା ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ଠାରୁ ସଫା ଆରମ୍ଭ କରିଥିଲେ। ପରେ ଗୋପବନ୍ଧୁ ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସହ ସହରର ରହିଥିବା ସମସ୍ତ ପ୍ରତିମୂର୍ତ୍ତିକୁ ସଫା କରିଥିଲେ। ସ୍ୱାଧୀନତା ଦିବସରେ ସମସ୍ତ ମହାପୁରୁଷଙ୍କୁ ସମ୍ମାନ ଦେବା ଉଚିତ। କୌଣସି ମହାପୁରୁଷଙ୍କୁ ଯେପରି ଅସନ୍ନମାନ ନହୁଏ ସେଥିପ୍ରତି ସମସ୍ତ ନାଗରିକ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ