Friday, October 18, 2024
30.6 C
Odisha

    ଦେଶୀ ବନ୍ଧୁକ ଗୁଳିରେ ନାବାଳକ ଆହତ

    ଆଗକୁ ପଢନ୍ତୁ

    ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା  ଦୀକ୍ଷିତପଡାରେ ଫୁଟିଲା ଗୁଳି । ପାରିବାରିକ କଳହର କରୁଣ ପରିଣତି । ଦେଶୀ ବନ୍ଧୁକ ଗୁଳିରେ ନାବାଳକ ଆହତ । ଗତକାଲି କେଳା ସାମ୍ପ୍ରଦାୟର ଦୁଇ ଭାଇ ମଧ୍ୟରେ କୌଣସି କାରଣକୁ ନେଇ ହୋଇଥିଲା ବଚସା । ସାନ ଭାଇ ଏକ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲା  ବଡ଼ ଭାଇ ଉପରକୁ ।

    କିନ୍ତୁ ଲକ୍ଷ ଭେଦ ନ ହୋଇ ଗୁଳିଟି ଦେହରେ ନବାଜି ଗୁଳି ବାଜିଲା କାନ୍ଥରେ । କାନ୍ଥରୁ ଗୁଳି ଛିଟିକି ଯାଇ ପାଖରେ ଥିବା ଜଣେ ନାବାଳକ ଦେହରେ।  ଏବେ ଆହତ ନାବାଳକ ସୁସ୍ଥ ଥିବା ଜଣାପଡିଛି । ଖବର ପାଇ ଟାଙ୍ଗୀ ପୋଲିସ ତୁରନ୍ତ ଦୁଇ ଭାଇଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରି ଅଧିକ ତଦନ୍ତ ଆରମ୍ଭ କରୁଛି।

    ଗିରଫ ଦୁଇ ଭାଇ ହେଲେ ରବି ନାୟକ 19 ବର୍ଷ ଓ ଶିବ ନାୟକ. 21 ବର୍ଷ । ଉଭୟ କେଳା ସାମ୍ପ୍ରଦାୟର ଲୋକ । ଏହି ସାମ୍ପ୍ରଦାୟର କିଛି ବିଶୃଙ୍ଖଳିତ ଲୋକ ବିଗତ ଦିନରେ ସ୍ଥାନୀୟ ଅଞ୍ଚଳରେ ଚୋରି, ଡକାୟତି ଠାରୁ ଆରଂଭ କରି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ବହୁ ନଜିର ରହିଛି । ଏଣୁ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କଲେ ଆହୁରି ଅନେକ ରହସ୍ୟ ଉନ୍ମୋଚନ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ