Friday, September 25, 2026
25.1 C
Odisha

    ଝୁଲୁଥିବା ବେଳେ ଖସିପଡ଼ି ନାବାଳିକାର ମୃତ୍ୟୁ

    ଆଗକୁ ପଢନ୍ତୁ

    ସୋର: ମୃତ୍ୟୁ କେତେବେଳେ କାହାପାଇଁ କେମିତି ଆସିବ କେହି କହିପାରିବ ନାହିଁ। ଖୁସି ସମୟରେ ଅଚାନକ ଦୁଃଖ ମଧ୍ୟ ପହଞ୍ଚୁଛି। ଏଭଳି ଏକ ଘଟଣା ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି। ଦୋଳିରେ ଝୁଲୁଥିବା ବେଳେ ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଛି। ନାବାଳିକା ଜଣଙ୍କ ହେଲେ ସାଉଡୁ ପଂଚାୟତ ପାଖରା ଗ୍ରାମର ବିଜୟ ମହାପାତ୍ରଙ୍କ ମଝିଆଁ ଝିଅ ଶୁଭଶ୍ରୀ ମହାପାତ୍ର (୧୨)।

    ସୂଚନା ଅନୁସାରେ ବିଜୟ ପଶ୍ଚିମବଙ୍ଗର ଏକ ଘରୋଇ କମ୍ପାନିରେ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଜୟନ୍ତୀ ତିନିଝିଅଙ୍କୁ ନେଇ ରୁହନ୍ତି। ପରିବାର ଚଳାଇବା ପାଇଁ ନିକଟସ୍ଥ କୋଚିଆକୋଇଲି ଛକରେ ସେ ଏକ ଲୁଗା ଦୋକାନ କରିଛନ୍ତି। ଆଜି ସନ୍ଧ୍ୟାରେ ଜୟନ୍ତୀ ଦୋକାନରେ ଥିବା ବେଳେ ତାଙ୍କ ଝିଅ ଶୁଭଶ୍ରୀ ଝୁଲୁଥିବା ଅବସ୍ଥାରେ ଅଚେତ ଥିବା ନେଇ ଖବର ପାଇ ଘରକୁ ଆସିଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଝିଅ ଶୁଭଶ୍ରୀକୁ ନେଇ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।

    ନାବାଳିକାର ମା’ ଜୟନ୍ତୀ ଦୀକ୍ଷିତଙ୍କ କହିବା ଅନୁସାରେ ଝିଅ ଦୋଳି ଖେଳୁଥିବା ବେଳେ କୌଣସି ପ୍ରକାରରେ ‌ଖସିପଡ଼ିଥିଲା। ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନା‌କୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.1 ° C
    25.1 °
    25.1 °
    93 %
    5kmh
    100 %
    Fri
    26 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ