Thursday, October 15, 2026
21.9 C
Odisha

    ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସିମାନ ‘ଲିଡର ଅଫ୍ ଦି ଇୟର’ ସମ୍ମାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସିମାନ ‘ଲିଡର ଅଫ୍ ଦି ଇୟର’ ସମ୍ମାନ। ଶିକ୍ଷା, ସାମାଜିକ ବିକାଶ, ମାନବସେବା ଓ ଅନୁଷ୍ଠାନ ଗଠନ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଶିକ୍ଷାବିତ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସିମାନ ‘ଲିଡର ଅଫ୍ ଦି ଇୟର’ ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷାର ପ୍ରସାର, ସାମାଜିକ ବିକାଶ, ମାନବୀୟ ସେବା ଏବଂ ଅନୁଷ୍ଠାନ ଗଠନ କ୍ଷେତ୍ରରେ ତାଙ୍କର ଦୀର୍ଘକାଳୀନ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି।

    ପ୍ରତିବର୍ଷ ସିମାନ ଚାମ୍ପିଅନସିପ ସମ୍ମାନ ପକ୍ଷରୁ ସିମାନ ‘ଲିଡର ଅଫ୍ ଦି ଇୟର’ ସମ୍ମାନ ପ୍ରଦାନ କରାଯାଇଥାଏ। ଚଳିତବର୍ଷ ଏହି ସମ୍ମାନ ଦେବାକୁ ଡକ୍ଟର ସାମନ୍ତଙ୍କୁ ସିମାନ ପକ୍ଷରୁ ମନୋନୀତ କରାଯାଇଥିଲା। ସେପ୍ଟେମ୍ବର ୨୩ରେ ରୋମାନିଆରେ ଆୟୋଜିତ ୩୪ତମ ସିମାନ ବାର୍ଷିକ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

    ଡ. ସାମନ୍ତଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ଏହି ସମ୍ମାନ ଗ୍ରହଣ କରିଥିଲେ। ସିମାନ ହେଉଛି ୧୯୯୩ରେ ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ ଡେଭେଲପମେଣ୍ଟ ଇନ ଡାଇନାମିକ ସୋସାଇଟି। ଏହି ଆନ୍ତର୍ଜାତିକ ସଂଗଠନ ବିଶ୍ୱର ପ୍ରାୟ ୫୦ଟି ଦେଶର ପ୍ରାୟ ୧୮୦ଟି ସଦସ୍ୟ ଅନୁଷ୍ଠାନ ଏହା ସହ ଜଡ଼ିତ ଅଛନ୍ତି। ଏଥିରେ ସନ୍ତୋଷ ବ୍ୟକ୍ତ କରି ଡ. ସାମନ୍ତ ସିମାନ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.9 ° C
    21.9 °
    21.9 °
    95 %
    1.1kmh
    11 %
    Wed
    22 °
    Thu
    29 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ