Thursday, October 15, 2026
21.9 C
Odisha

    ଡ. ଅଚ୍ୟୁତ ସାମନ୍ତଙ୍କୁ ଆନ୍ତର୍ଜାତିକ ଚେସ୍ ମହାସଂଘ ଫିଡେ ପକ୍ଷରୁ ‘ଏଡୁକେସନ୍ ଫିଲାନ୍ଥ୍ରପିକ୍ ଆୱାର୍ଡ’

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍, ସମାଜ ସଂସ୍କାରକ ତଥା କିଟ୍, କିସ୍ ଓ କିମସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆନ୍ତର୍ଜାତିକ ଚେସ୍ ମହାସଂଘ ଫିଡେ ପକ୍ଷରୁ ପ୍ରତିଷ୍ଠିତ ‘ଏଡୁକେସନ୍ ଫିଲାନ୍ଥ୍ରପିକ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ଆଜି ଉଜବେକିସ୍ତାନରେ ୪୬ତମ ଫିଡେ ଚେସ୍ ଅଲିମ୍ପିଆଡ୍ ଓ କଂଗ୍ରେସ ଅବସରରେ ଆୟୋଜିତ ଫିଡେର ‘ଚେସ୍ ଇନ୍ ଏଡୁକେସନ୍’ ସମିଟ୍ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

    ଫିଡେର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଶ୍ୱନାଥନ ଆନନ୍ଦ ଏବଂ ଫିଡେ ମ୍ୟାନେଜମେଣ୍ଟ ବୋର୍ଡର ଉପାଧ୍ୟକ୍ଷା ଡାନା ରେଜନିଏସ୍ କେ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଡ. ସାମନ୍ତଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ୧୨୦ଟି ଦେଶର ପ୍ରତିନିଧି ଉପସ୍ଥିତ ଥିଲେ। ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

    କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ଡ. ସାମନ୍ତଙ୍କ ଜୀବନବ୍ୟାପୀ ସେବା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଚେସର ପ୍ରସାର ଓ ‘ଚେସ୍ ଇନ୍ ଏଡୁକେସନ୍’ ପଦକ୍ଷେପକୁ ବ୍ୟାପକ କରିବା ପାଇଁ ଫିଡେ, କିଟ୍ ଓ କିସ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଡ. ଅଚ୍ୟୁତ ସାମନ୍ତ, ବିଶ୍ୱନାଥନ ଆନନ୍ଦ ଏବଂ ଡାନା ରେଜନିଏସ୍ କେ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

    ଏହି ଅବସରରେ ଡ.ସାମନ୍ତ ସନ୍ତୋଷ ପ୍ରକାଶ କରି ଫିଡେକୁ କୃତଜ୍ଞତା ଜଣାଇଥିଲେ। ସ୍କୁଲ୍ ସ୍ତରରୁ ଶିକ୍ଷା ସହିତ ଚେସ୍ କୁ ଯୋଡ଼ିବା ପାଇଁ କିଟ୍ ଓ କିସ୍ ପକ୍ଷରୁ ଦୀର୍ଘଦିନ ଧରି ପଦକ୍ଷେପ ନିଆଯାଉଥିବା ସେ କହିଥିଲେ। ୪୬ତମ ଫିଡେ ଚେସ୍ ଅଲିମ୍ପିଆଡ୍ ଓ କଂଗ୍ରେସ୍ ରେ କିଟ୍ ର ଛାତ୍ରୀ ଅପରାଜିତା ଗୋଛିକାର ଏବଂ ଛାତ୍ର ଜିଏମ୍ ସ୍ୱୟମସ ମିଶ୍ର ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଅପରାଜିତା ଭାରତର ପ୍ରଥମ ମହିଳା Fair Play Judge ଭାବେ ଏହି ଗୌରବ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଜିଏମ୍ ସ୍ୱୟମସ ମିଶ୍ର ଭାରତୀୟ ମହିଳା ଚେସ୍ ଦଳର କୋଚ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.9 ° C
    21.9 °
    21.9 °
    95 %
    1.1kmh
    11 %
    Wed
    22 °
    Thu
    29 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ